TVSର ପାଓ୍ଵାରଫୁଲ ଇଲେକଟ୍ରିକ ସ୍କୁଟର Creon, ଆଡଭାନ୍ସ ଫିଚର୍ସ ସହ ରହିଛି ଜବରଦସ୍ତ ଡ୍ରାଇଭିଂ ରେଞ୍ଜ

ଦେଶର ଇଲେକଟ୍ରିକ ମୋବିଲିଟି କ୍ଷେତ୍ରରେ ପ୍ଲେୟର୍ସ ପକ୍ଷରୁ ଲାଗାତାର ଭାବେ ଦମଦାର ଏଣ୍ଟି୍ର କରାଯାଉଛି। ଦେଶର ପ୍ରମୁଖ ଦୁଇ ଚକିଆ ବାହନ ନିର୍ମାତା କମ୍ପାନୀ TVS ଖୁବଶୀଘ୍ର ଘରୋଇ ବଜାରରେ ନିଜର ନୂଆ ଇଲେକଟ୍ରିକ ସ୍କୁଟର ଲଞ୍ଚ କରିବାକୁ ଯାଉଛି। ସ୍କୁଟରର ନାମ Creon ରଖାଯାଇଛି। ଟିଭିଏସ ନିଜର ନୂଆ ଇଲେକଟ୍ରିକ ପୋର୍ଟଫୋଲିଓକୁ ମଜବୁତ କରିବା ପାଇଁ ୧୦୦୦ କୋଟି ଟଙ୍କାର ନିବେଶ କରିବାର ଯୋଜନା ରଖିଛି।

ଟିଭିଏସ ସ୍କୁଟରର କନସେପ୍ଟରରେ ଆଡଭାନ୍ସ  ଲିଥିୟମ ଆଇରନ ବ୍ୟାଟେରୀର ବ୍ୟବହାର ହୋଇଛି। ଯାହା 12 kW କ୍ଷମତାର ପାଓ୍ଵାର ଜେନେରେଟ କରିଥାଏ। ବ୍ୟାଟେରୀରେ ଫାଷ୍ଟ ଚାର୍ଜିଂ ସିଷ୍ଟମ ମଧ୍ୟ ରହିଛି। ପ୍ରତିଘଣ୍ଟା ସ୍ପିଡରେ ଏହା 5.1 ସେକେଣ୍ଡରେ 0 ରୁ 62 କିଲୋମିଟର ପର୍ଯ୍ୟନ୍ତ ଯାଇଥାଏ।

ଏହା ସିଙ୍ଗଲ ଚାର୍ଜରେ ୮୦ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଇଥାଏ। ଏଥିରେ ଅନେକ ଆଡଭାନ୍ସ ଫିଚର୍ସ ଦିଆଯାଇଛି। ଏହାର ଦାମ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହାର iQube କୁ ବାଙ୍ଗାଲୋର, ଦିଲ୍ଲୀ, ପୁଣେ, ଚେନ୍ନାଇ ଏବଂ କୋଏମ୍ବାଟୁର ଆଦି ସହରରେ ଲଞ୍ଚ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.