ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ରୁବିନା ଦିଲେକ୍‌, ହିତେନ୍‌ଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବିଗ୍‌ବସ୍‌ ୧୪ର ବିଜେତା ରୁବିନା ଦିଲେକ୍‌। ପଲାଶ ମୁଚ୍ଛେଲଙ୍କ ସହ ସେ ନିଜ ପ୍ରଥମ ଫିଲ୍ମ ସାଇନ୍‌ କରିଛନ୍ତି। ଏହି ଫିଲ୍ମର ନାଁ ରହିଛି ‘ଅର୍ଧ’। ଏହି ଫିଲ୍ମରେ ପଲାଶ ନିର୍ଦ୍ଦେଶନା ଦେବେ। ସେହିପରି ଅଭିନେତା ହିତେନ୍‌ ତେଜବାନୀ ଫିଲ୍ମରେ ଲିଡ୍‌ ରୋଲ୍‌ରେ ନଜର ଆସିବେ।

 

View this post on Instagram

 

A post shared by Hitten Ttejwani (@hitentejwani)


ଟ୍ରେଡ୍‌ ଆନାଲିଷ୍ଟ ତଥା ଫିଲ୍ମ କ୍ରିଟିକ୍‌ ତରଣ ଆଦର୍ଶ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ରେ ଲେଖିଛନ୍ତି, ରୁବିନା ଦିଲେକ୍‌ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଫିଲ୍ମ ‘ଅର୍ଧ’ ଜରିଆରେ ମ୍ୟୁଜିକ କମ୍ପୋଜର ପଲାଶ ମୁଚ୍ଛେଲ ଡାଇରେକ୍ଟର ହେବାକୁ ଯାଉଛନ୍ତି। ଏହି ଫିଲ୍ମ ପାଇଁ ପଲାଶ ହିତେନ ତେଜଓ୍ଵାନୀଙ୍କୁ ସାଇନ୍‌ କରାଇଛନ୍ତି।

 

View this post on Instagram

 

A post shared by Taran Adarsh (@taranadarsh)


ଏହି ଫିଲ୍ମର କମେଡିଆନ୍‌ ତଥା ଆକ୍ଟର ରାଜପାଲ ଯାଦବ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ସୁଟିଂ ସେପ୍ଟେମ୍ବର ୨୦୨୧ରେ ଆରମ୍ଭ ହେବ। ଚଳିତ ଜୁନ୍‌ରେ ପଲାଶ ଟ୍ଵିଟ୍‌ କରି ରାଜପାଲ ଯାଦବଙ୍କ ସହ ଫଟୋ ସେୟାର କରିଥିଲେ। କିନ୍ତୁ ସେ ସେତେବେଳେ ଏନେଇ କୌଣସି ସୂଚନା ଦେଇନଥିଲେ। କିନ୍ତୁ ଏବେ ତରଣ ଆଦର୍ଶ ଫିଲ୍ମ ବିଷୟରେ ବିସ୍ତତ ଭାବେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.