ଟିଭିଏସ୍‌ ଲଞ୍ଚ୍‌କଲା iQube ଇଲେକ୍ଟ୍ରିକାଲ୍‌ ସ୍କୁଟର, ଥରେ ଚାର୍ଜ କଲେ ଯିବ ୭୫ କିଲୋମିଟର

ନୂଆଦିଲ୍ଲୀ : ବର୍ତ୍ତମାନ ପେଟ୍ରୋଲ ଦର ଯେପରି ଭାବେ ବଢ଼ି ଚାଲିଛି ଲୋକେ ଟୁ ହୁଇଲର୍‌ ପାଇଁ କିଛି ନୂଆ ବିକଳ୍ପ ଖୋଜୁଛନ୍ତି । ଏହି ସମୟରେ ଇଲେକ୍ଟ୍ରିକ୍‌ ସ୍କୁଟର ର ଚାହିଦା ବେଶ୍‌ ବଢ଼ିଛି । ଟିଭିଏସ୍‌ ଏବେ ଦିଲ୍ଲୀରେ ନୂଆ ଇଲେକ୍ଟ୍ରିକାଲ୍‌ ସ୍କୁଟର ଲଞ୍ଚ୍‌ କରିଛି । ଯାହାର ଅନ୍‌ ରୋଡ୍‌ ମୂଲ୍ୟ ରଖାଯାଇଛି ୧,୦୮,୦୧୨ ଟଙ୍କା । ପୂର୍ବରୁ ଦିଲ୍ଲୀରେ ବଜାଜ ଚେତକ ଇଲେକ୍ଟ୍ରିକାଲ୍‌ ସ୍କୁଟର ଲଞ୍ଚ୍‌ କରିଛି । ଏହାକୁ ଟକ୍କର ଦେବା ପାଇଁ ଟିଭିଏସ୍‌ ଏହି ସ୍କୁଟର ଲଞ୍ଚ୍‌ କରିଛି । ସବୁଠାରୁ ବଡ଼ କଥା ହେଉଛି ଦିଲ୍ଲୀରେ ପ୍ରଦୂଷଣ ଯୋଗୁ ଇଲେକ୍ଟ୍ରିକ୍‌ ସ୍କୁଟର ଉପରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ଦିଆଯାଉଛି ।

tvs
photo credit: punjab kesari

ସ୍କୁଟରରେ ଲାଗିଛି ୪.୪ କିଲୋଓ୍ଵାଟ୍‌ ମିଟର :

ଟିଭିଏସ୍‌ ଆଇକ୍ୟୁବ୍‌ ସ୍କୁଟର ରେ ୪.୪ କିଲୋଓ୍ଵାଟ୍‌ ର ମିଟର ଲାଗିଛି । ଯାହା ୧୪୦ ନ୍ୟୁଟନ୍‌ ମିଟର ଟାର୍କ ଉତ୍ପନ୍ନ କରିଥାଏ । ଟିଭିଏସ୍‌ ଅନୁଯାୟୀ, ଏହି ସ୍କୁଟର ୦ରୁ ୪୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ କୁ ୪.୨ ସେକେଣ୍ଡରେ କଭର କରିଥାଏ । ଏହାର ସର୍ବାଧିକ ସ୍ପିଡ୍‌ ୭୮ କିଲୋମିଟର ପ୍ରତି ଘଣ୍ଟା । ଇକୋ ମୋଡ୍‌ ରେ ଏହାକୁ ଘଣ୍ଟାକୁ ୪୦ କି.ମି ବେଗରେ  ଓ ସ୍ପୋର୍ଟସ ମୋଡ୍‌ରେ ଏହାକୁ ୫୫ କିଲୋମିଟର ସ୍ପିଡ୍‌ରେ ଚଳାଇ ପାରିବେ ।

ଗାଡ଼ି ସହିତ କମ୍ପାନୀ ଦେଉଛି ୫ ଏମ୍ପିୟର୍‌ ଚାର୍ଜର :

ଗାଡ଼ି ସହିତ କମ୍ପାନୀ ୫ ଏମ୍ପିୟର ଚାର୍ଜର ମାଗଣାରେ ଦେଉଛି । ବ୍ୟାଟେରୀ ପୂର୍ଣ୍ଣ ଚାର୍ଜ ହେବା ପାଇଁ ମୋଟ ୫ ଘଣ୍ଟା ସମୟ ନେଇଥାଏ ।

ଟିଏଫ୍‌ଟି ସ୍କ୍ରିନ୍‌ :

ଏହି ସ୍କୁଟର ଟିଏଫ୍‌ଟି ସ୍କ୍ରିନ୍‌ ସହ ଆସିଥାଏ । ଯାହାକୁ ଗାଡ଼ିର ଏପ୍ସ ଜରିଆରେ ସ୍ମାର୍ଟଫୋନ୍‌ ସହ ସଂଯୁକ୍ତ କରାଯାଇଥାଏ । ଏହି ଟିଏଫ୍‌ଟି ସ୍କ୍ରିନ୍‌ ଜରିଆରେ ଜିଓ ଫେନ୍‌ସିଙ୍ଗ୍‌, ରିମୋର୍ଟ ବ୍ୟାଟେରୀ ଚାର୍ଜ ଷ୍ଟାଟସ୍‌, ନାଭିଗେସନ୍‌ ଆସିଷ୍ଟ ଭଳି ଫିଚର୍ସ ବ୍ୟବହାର କରିପାରିବେ । ଏହାଛଡ଼ା ଏହି ଆପ୍ସ ଜରିଆରେ ଲାଷ୍ଟ ପାର୍କ ଲୋକେସନ୍‌, କଲ୍‌/ଏସ୍‌ଏମଏସ୍‌ ଅଲର୍ଟ, ରାଇଡ୍‌ ଷ୍ଟାଟିକ୍ସ ଓ ରେଞ୍ଜ୍‌ ଇଣ୍ଟିକେସନ୍‌ ଭଳି ଫିଚର୍ସ ମଧ୍ୟ ମିଳିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.