Below header

ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ବିବାହର ଏହି ଫୁଡ୍‌ ମେନ୍ୟୁ, ଲୋକେ ଭାବୁଛନ୍ତି ‘ଆଧାର କାର୍ଡ’, ଦେଖନ୍ତୁ ଫଟୋ

ପଶ୍ଚିମବଙ୍ଗର ଏକ କପଲ୍‌ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। କଥାଟି ହେଉଛି, ଏହି କପଲ୍‌ ନିଜ ବିବାହ ଉତ୍ସବରେ ଏମିତି କିଛି କରିଛନ୍ତି, ଯାହା ଅତିଥିମାନଙ୍କ ସହ ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଗୋଗୋଲ ସାହା ଓ ସୁବର୍ଣ୍ଣା ଦାସଙ୍କ ବିବାହର ନିଆରା ମେନ୍ୟୁ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ମେନ୍ୟୁ କାର୍ଡର ଖାସିୟତ୍‌ ହେଉଛି, ଏହାକୁ ଆଧାର କାର୍ଡ ଭଳି ଡିଜାଇନ୍‌ କରାଯାଇଛି।

ସୁବର୍ଣ୍ଣା ଦାସ ଜଣେ ହେଲ୍ଥ କେୟାର ପ୍ରଫେଶନାଲ ହୋଇଥିବା ବେଳେ ଗୋଗୋଲ ସାହା ସେଲ୍ସ ଆଣ୍ଡ ମାର୍କେଟିଂ କର୍ମଚାରୀ। ଏମାନଙ୍କ ବିବାହ ମେନ୍ୟୁରେ ବିଭିନ୍ନ ପ୍ରକାର ଆଇଟମ୍‌ର ନାଁ ଲେଖାଯାଇଛି। ସେଗୁଡ଼ିକ ହେଉଛି, କଚୋଡ଼ି, ଷ୍ଟଫ୍‌ ପଟାଟୋ, ଫିଶ୍‌ ଫ୍ରାଏ, ସାଲାଡ, ଫ୍ରାଏଡ୍‌ ରାଇସ୍‌, ମଟନ କଷା, ଚଟଣୀ, ପାମ୍ପଡ଼, ରସଗୋଲା, ସନ୍ଦେଶ, ଆଇସ୍‌କ୍ରିମ୍‌ ଏବଂ ପାନ। କାର୍ଡର ପୂରା ଉପରେ ‘ସୁବର୍ଣ୍ଣା େଓ୍ଵଡ୍‌ସ ଗୋଗୋଲ’ ଲେଖା ହୋଇଛି।

ସେହିପରି କାର୍ଡ ଉପରେ ଆଧାର କାର୍ଡ ନମ୍ବର ଜାଗାରେ ବିବାହ ତାରିଖ ୧.୨.୨୦୨୧ ଲେଖା ହୋଇଛି। ତେବେ ଏ ନେଇ ଗୋଗୋଲ ସାହା ଗଣମାଧ୍ୟମକୁ କହିଛନ୍ତି, ‘ଏହା ମୋ ସ୍ତ୍ରୀ ସୁବର୍ଣ୍ଣାଙ୍କ ଆଇଡିଆ। ଆମେ ଦୁଇଜଣ ‘ଡିଜିଟାଲ ଇଣ୍ଡିଆ’କୁ ସମର୍ଥନ କରୁଛୁ। ଏହାଠାରୁ ଭଲ ସମର୍ଥନ ଦେଖାଇବାର ଆଉ କ’ଣ ବା ତରିକା ହୋଇପାରି ଥାଆନ୍ତା।’ ଅନ୍ୟପକ୍ଷରେ ବିବାହ ସ୍ଥଳରେ କିଛି ଅତିଥି ନିଜ ଟେବୁଲ ଉପରେ ଏହି ମେନ୍ୟୁ କାର୍ଡ ଦେଖି କିଛି ସମୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ। ସେମାନଙ୍କୁ ଲାଗିଥିଲା କି, ସେମାନେ ନିଜ ଆଧାର କାର୍ଡକୁ ଏହିଠାରେ ହିଁ ଛାଡ଼ି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.