Below header

ଶଯ୍ୟାଶାୟୀ ବାବୁନାଙ୍କ ଅସହାୟ ପରିବାରକୁ ସହାୟତାର ହାତ ବଢାଇଲେ ଅନୁଗୁଳର ‘ୟୁନିଟି ଦି ସର୍ଭ ଅଫ ଇଣ୍ଡିଆ’ର ସ୍ବେଚ୍ଛାସେବୀ

ଭୁବନେଶ୍ବର(କେନ୍ୟୁଜ୍):  କେନ୍ୟୁଜର ପ୍ରଭାବ । ଅସହାୟ ବାବୁନା ପରିବାରକୁ ସହାୟତା ଦେବାକୁ ଆଗେଇ ଆସିଲେ ଅନୁଗୁଳର ‘ୟୁନିଟି ଦି ସର୍ଭ ଅଫ ଇଣ୍ଡିଆ’ର ସ୍ବେଚ୍ଛାସେବୀ କର୍ମକର୍ତ୍ତା।  ପ୍ରଥମେ ବାବୁନାଙ୍କ ପରିବାରର କରୁଣ କାହାଣୀକୁ କେନ୍ୟୁଜରେ ଗତ ୨ ତାରିଖ ଦିନ ପ୍ରସାରଣ  କରାଯାଇଥିଲା । angul1

ଯାହାକୁ  ଦେଖି ଅନୁଗୁଳର ଏହି  ଅନୁଷ୍ଠାନ ସଦସ୍ୟ ବାବୁନାଙ୍କ ପରିବାର ସହ ଯୋଗାଯୋଗ କରିଥିଲେ। ଘଟଣା ବିଷୟରେ ସବୁ ତଥ୍ୟ ନେବା ପରେ ଆଜି ସଂଗଠନର ୪ ଜଣ କର୍ମକର୍ତ୍ତା ବାବୁନାଙ୍କ ପରିବାରକୁ ଯାଇ  ସେମାନଙ୍କୁ ୫ହଜାର ଟଙ୍କା ଅର୍ଥ ରାଶି ସହ ରାସନ ସାମଗ୍ରୀ, ପରିବା, ବିସ୍କୁଟ, ୨୫ କିଲୋ ଚାଉଳ ପ୍ରଦାନ କରିଥିଲେ। ଏହା ସହିତ ବାବୁନା ଯେପର୍ଯ୍ୟନ୍ତ ସୁସ୍ଥ ହୋଇନାହାନ୍ତି ସେମାନଙ୍କ ଦୁଇ ସନ୍ତାନଙ୍କ ଟ୍ୟୁସନ ଫି ବାବଦକୁ ମାସିକ ୧୦୦୦ ଟଙ୍କା ସହାୟତା ଦେବାର ପ୍ରତିଶୃତି ଦେଇଛନ୍ତି। ସହାୟତା ପାଇବା ପରେ ବାବୁନାଙ୍କ ପରିବାର ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଅନୁସାରେ  ଆଜକୁ ପ୍ରାୟ ଦୁଇ ବର୍ଷ ତଳେ ବାବୁନା ଡ୍ରାଇଭିଙ୍ଗ ପାଇଁ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାର ଶିକାର ହୋଇ ମେଡିକାଲରେ ପଡିଥିଲେ ଭୁବନେଶ୍ୱର ବିଜେବି ନଗର ମଇଷାଖାଲ ବସ୍ତି ଅଞ୍ଚଳର ବାବୁନା ଦାସ।  ଦୁର୍ଘଟଣା ପରେ  ଅଣ୍ଟା ଅଚଳ ହୋଇଗଲା । ସେବେ ଠାରୁ ଚିକିତ୍ସିତ ହେଉଛନ୍ତି ସତ ହେଲେ ଅଣ୍ଟା ଠାରୁ ତଳକୁ କାମ କରୁନି ।

ଅନେକ ଚେଷ୍ଟା ପରେ ବି ଭଲ ହୋଇ ପାରୁ ନାହାଁନ୍ତି ବାବୁନା। ଘରେ ଯାହା ଟଙ୍କା ପଇସା ଥିଲା ସବୁକିଛି ସ୍ୱାମୀଙ୍କ ଚିକିତ୍ସାରେ ଖର୍ଚ୍ଚ କରି ସାରିଲେଣି ବାବୁନାଙ୍କ ସ୍ତ୍ରୀ ରୁନୁ। ଏପଟେ ରୋଜଗାର ନାହିଁ, ଦୁଇ ପିଲା ଚଳିବେ କେମିତି ଖାଇବେ କଣ? ସେଥିପାଇଁ ସ୍ଵାମୀଙ୍କ ଏଭଳି ଅବସ୍ଥାରେ ରୁନୁ ପରଘରେ ବାସନ ମାଜି ପରିବାର ଚଳାଉଛନ୍ତି। କାହା ଆଗରେ ହାତ ପତାଇ ନାହାନ୍ତି । ତଥାପି ତାଙ୍କ ଦୁଃଖ ଦେଖି ହେବନାହିଁ । କିଛି ଅଧିକ ସହାୟତା ପାଇଲେ ବାବୁନାଙ୍କ ଚିକିତ୍ସା ହୋଇ ପାରିବ ଓ ସୁଖରେ ପରିବାର ଚଳାଇପାରିବେ ବୋଲି  ଆଶ ରଖିଛନ୍ତି ବାବୁନାଙ୍କ ସ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.