ୟୁପି: ୫୦ ହଜାର ଟଙ୍କାର Apple ଆଇପଡ୍‌‌ କିଣିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ, ସରକାର ଦେବେ ପଇସା

ଉତ୍ତର ପ୍ରଦେଶରେ ସମସ୍ତ ବିଧାୟକଙ୍କୁ ୫୦ ହଜାର ଟଙ୍କାର Apple ଆଇପଡ୍‌ କିଣିବାକୁ କୁହାଯାଇଛି। ୟୁପିର ବଜେଟ୍‌ ଅଧିବେଶନ ୧୮ ଫେବୃଆରୀରୁ ଆରମ୍ଭ ହେବ। ବଜେଟ୍‌କୁ ଯୋଗୀ ସରକାର ପେପର୍‌ଲେସ୍‌ କରିବାକୁ ଚାହୁଁଛନ୍ତି। ତେଣୁ ପ୍ରଥମ ଅଧିବେଶନ ପୂର୍ବରୁ ନିଜ ବିତ୍ତୀୟ ସ୍ରୋତରୁ ଆଇପଡ୍‌‌ କିଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର ପରେ ଆଇପଡ୍‌‌ର ପଇସା ପରିଶୋଧ କରିବେ। ବିଧାନ ପରିଷଦର ପ୍ରମୁଖ ସଚିବ ଡ. ରାଜେଶ ସିଂ ସରକାରଙ୍କ ତରଫରୁ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ଉତ୍ତର ପ୍ରଦେଶରେ ମନ୍ତ୍ରୀ ପରିଷଦ ବୈଠକ ଏବଂ କାର୍ଯ୍ୟପ୍ରଣାଳୀକୁ ଅନ୍‌ଲାଇନ କରିବାର ପ୍ରକ୍ରିୟା ସରକାର ଆରମ୍ଭ କରିଛନ୍ତି। ୨ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ କି, ବିଧାନ ମଣ୍ଡଳ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକଙ୍କୁ ଟ୍ୟାବ୍‌ଲେଟ ଉପଲବ୍ଧ କରାଇ ଦିଆଯାଉ ଏବଂ ଟ୍ୟାବ୍‌ଲେଟର ପ୍ରଭାବୀ ପ୍ରୟୋଗ ପାଇଁ ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଉ। ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ରୀୟ ବଜେଟ୍‌ ଭଳି ରାଜ୍ୟ ବଜେଟ୍‌କୁ ମଧ୍ୟ ପେପରଲେସ୍‌ କରାଯିବାକୁ ପ୍ରୟାସ କରାଯାଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.