UIDAI ଜାରି କଲା ଏହି ନୂଆ ନିୟମ, ଆପଣଙ୍କ ଆଧାର କାର୍ଡରେ ତ୍ରୁଟି ରହିଥିଲେ କରନ୍ତୁ ଏପରି ସମାଧାନ

ଆପଣ ଯଦି ନିଜ ଆଧାର କାର୍ଡର ପ୍ରମାରପତ୍ର ଅପଡେଟ୍‌ କରିବାକୁ ଚାହୁଁଥାନ୍ତି କିମ୍ବା ବଦଳାଇବା ପାଇଁ ଚାହୁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ ଏକ ଅଲଗା ଉପାୟ ଆପଣେଇବା ପାଇଁ ପଡ଼ିବ। କାରଣ ଆର ଜାରି କରିଥିବା କମ୍ପାନୀ UIDAI ଆଦାର ଅପଡେଶନ ନିୟମରେ କିଛି ପରିବର୍ତ୍ତନ କରିଛନ୍ତି। ଆଧାରକାର୍ଡ ସହ ଜଡିତ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ୟୁନିକ୍‌ ଆଇଟିଣ୍ଟିଫିକେସନ ଅଥରିଟି ଅଫ୍‌ ଇଣ୍ଡିଆ(UIDAI) ଦେଶର କିଛି ସହରରେ ଆଧାର ସେବା କେନ୍ଦ୍ର ଆରମ୍ଭ କରିସାରିଛନ୍ତି। ରିପୋର୍ଟ ଅନୁଯାୟୀ ଆପଣମାନେ ଏହି ସେଣ୍ଟରକୁ ଯାଇ ନୂଆ ଆଦାର ପ୍ରସ୍ତୁତ କରିପାରିବେ। ଏଥିସହ ଠିକଣା, ନାମ ଏବଂ ଜନ୍ମତାରିଖ ଅପଡେଟ୍‌ କରିବାକୁ ଚାହୁଁଥିଲେ ମଧ୍ୟ ଏହି ସୁବିଧାର ଲାଭ ଉଠାଇପାରିବେ।

adarଜାଣନ୍ତୁ କେଉଁଠାରେ ଏହି ସେବା ଉପଲବ୍ଧ:

ଏହି ସେବାଗୁଡିକ ୟୁଆଇଡିଏଆଇ ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ଏବଂ ସରକାରୀ କାଯ୍ୟାର୍ଳୟରେ କରାଯିବ।ୟୁଆଇଡିଏଆଇ ବ୍ୟାଙ୍କ ଦିଲ୍ଲୀ, ଚେନ୍ନାଇ, ଭୋପାଳ, ଆଗ୍ରା, ହିସାର, ବିଜଓ୍ଵାଡା ଏବଂ ଚଣ୍ଡିଗଡରେ ଆଧାର ସେବା କେନ୍ଦ୍ର ଆରମ୍ଭ କରିସାରିଛି। ଏହା ବ୍ୟତୀତ ଭୋପାଳ, ଚେନ୍ନାଇ, ପାଟନା ଏବଂ ଗୁହାଟିରେ ଚଳିତ ମାସରେ ଆଧାର ସେବା କେନ୍ଦ୍ର ଆରମ୍ଭ ହେବ। ଏଥିସହ UIDAI ଦେଶରେ ୫୩ଟି ସହରରେ ସମୁଦାୟ ୧୧୪ଟି ଆଧାର ସେବା କେନ୍ଦ୍ର ଖୋଲିବାର ପ୍ଲାନିଂ କରିଛି।

ଏହାସହ ପଢନ୍ତୁ: ଆପଣ ମଧ୍ୟ ବିକ୍ରି କରିପାରିବେ ସରକାରଙ୍କୁ ନିଜ ଜିନିଷପତ୍ର, ଏଇଠି କରନ୍ତୁ ରେଜିଷ୍ଟ୍ରେସନ କରିବେ ମୋଟା ଅଙ୍କର ରୋଜଗାର

ଆବେଦନ କରିବେ କିପରି:

ସର୍ବପ୍ରଥମେ ଆପଣ UIDAI ର (https://uidai.gov.in/) େଓ୍ଵବସାଇଡ୍‌କୁ ଯାଇ ‘My Aadhaar’ ଟ୍ୟାବରେ କ୍ଲିକ୍‌ କରନ୍ତୁ
ଏହାପରେ ବୁକ୍‌ ଆଣ୍ଡ ଆପୋଏଣ୍ଟମେଣ୍ଟ ଅପ୍ସନକୁ ଯାଆନ୍ତୁ। ଏହାପରେ ଆପଣଙ୍କୁ ସହର ଲୋକେସନର ଅପ୍ସନ ଆସିବା ପରେ ଚୟନ କରନ୍ତୁ। ସହର ଚୟନ କରିବା ପରେ ଆପଣ ‘ପ୍ରୋସେଡ୍ସ ଟୁ ବୁକ୍‌ ଆଣ୍ଡ ଆପୋଏଣ୍ଟମେଣ୍ଟ’ରେ କ୍ଲିକ୍‌ କରନ୍ତୁ। ଏହାପରେ ଏକ ନୂଆ ପେଜ୍‌ ରେ ନୁଆ ଆଧାର, ଆଧାର ଅପଡେଟ୍‌ ଏବଂ ମ୍ୟାନେଜ ଆପୋଏଣ୍ଟମେଣ୍ଟ ଏହି ତିନୋଟି ଅପ୍ସନ ଆସିବ। ଆପଣ ନିଜ ଆବଶ୍ୟକତା ଅନୁଯାୟୀ ଏହି ଅପ୍ସନ ଚୟନ କରିବେ। ଏହି ଅନଲାଇନ ଆବେଦନ କରିବା ପକ୍ରିଆ ସମ୍ପୂର୍ଣ୍ଣ ରୂପେ ଫ୍ରି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.