Union Bankରେ ମିଳିବ ବହୁତ ଶସ୍ତା ଲୋନ, ଗ୍ରାହକଙ୍କୁ ଲୋଭାଇବା ପାଇଁ ଆଣିଲା ନୂଆ ସ୍କିମ

ଯଦି ଆପଣ ହୋମଲୋନ କିମ୍ବା ଅଟୋଲୋନ ନେବାକୁ ଚିନ୍ତା କରୁଛନ୍ତି ତେବେ ୟୁନିଅନ୍ ବ୍ୟାଙ୍କ ଆପଣଙ୍କ ପାଇଁ ଏକ ବଢିଆ ଅଫର ଆଣିଛି । ଏହି ସରକାରୀ ବ୍ୟାଙ୍କ ନିଜର ସୁଧ ହାର ହ୍ରାସ କରିଛି । ଆସନ୍ତା ସୋମବାର ଠାରୁ ଆପଣ ଏହି ସ୍ୱଳ୍ପ ସୁଧ ଋଣର ଲାଭ ଉଠାଇ ପାରିବେ ।

ପବ୍ଲିକ୍ ସେକ୍ଟରର ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶୁକ୍ରବାର ଦିନ ବିଭିନ୍ନ ଅବଧି ପାଇଁ ମାର୍ଜିନାଲ ମୂଲ୍ୟ ଅର୍ଥ ଆଧାରିତ ଉଦ୍ଧାରି ଦର ବା MCLRରେ 0.20 ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ତେବେ ଜୁଲାଇ 11 ରୁ ନୂତନ ହାର ଲାଗୁ ହେବ ।

ବ୍ୟାଙ୍କ ଏକ ବିଜ୍ଞପ୍ତିରେ କହିଛି ଯେ ସଂଶୋଧିତ ଏକ ବର୍ଷୀୟ MCLR 7.60 ପ୍ରତିଶତ ପରିବର୍ତ୍ତେ 7.40 ପ୍ରତିଶତ ହେବ । ତିନିମାସ ଏବଂ ଛଅ ମାସର MCLR ଯଥାକ୍ରମେ 7.10 ପ୍ରତିଶତ ଏବଂ 7.25 ପ୍ରତିଶତକୁ ହ୍ରାସ କରାଯାଇଛି । ଗତ ବର୍ଷ ଜୁଲାଇରୁ ବ୍ୟାଙ୍କ କ୍ରମାଗତ 13 ଥର ଏହି ହାର ହ୍ରାସ କରିଛି ।

ଏହାପୂର୍ବରୁ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଶୁକ୍ରବାର ଦିନ MCLR କୁ 0.05 ହ୍ରାସ କରି ସ୍ୱଳ୍ପ ସମୟ ପାଇଁ 0.10 ପ୍ରତିଶତକୁ ହ୍ରାସ କରିଛି । ସାର୍ବଜନିକ କ୍ଷେତ୍ରର ଅନ୍ୟ ଏକ ବ୍ୟାଙ୍କ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (IOB) ସମସ୍ତ ଅବଧି ପାଇଁ MCLRରେ 0.25 ପ୍ରତିଶତ ହ୍ରାସ କରିଛି । ଏହି ସପ୍ତାହ ଆରମ୍ଭରେ କାନାରା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟ MCLR କାଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.