ଓଡିଶାର ପ୍ରଥମ ଘଟଣା, କରୋନାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାର ସୂଚନା

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ପ୍ରଥମ କରୋନା ଯୋଦ୍ଧାଙ୍କର କରୋନାରେ ମୃତ୍ୟୁ। ମୃତକ ଜଣକ ହିଞ୍ଜିଳୀର  ଜଣେ ସମ୍ବାଦିକ ବୋଲି ସୂଚନା ମିଳିଛି। କୁହାଯାଉଛି  କିଛି ଦିନ ତଳେ ସାମ୍ବାଦିକ ଜଣକ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଶିତଳାପାଲ୍ଲୀ କୋଭିଡ ହସ୍ପିଟାଲ ଚିକିତ୍ସିତ ହେଉଥିଲେ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭୁବନେଶ୍ବରର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୭ ଦିନ ଧରି ସେ ଭେଣ୍ଟଲେଟରେ ଥିଲେ ଆଉ ଆଜି ପୂର୍ବାହ୍ନରେ ତାଙ୍କର ମୃ‌ତ୍ୟୁ ହୋଇଛି ବୋଲି ତାଙ୍କ ଭାଇ ସୂଚନା ଦେଇଛନ୍ତି।  ସାମ୍ବାଦିକ ଜଣକ ଅବିବାହିତ ଥିଲେ।

ତେବେ ତଙ୍କର ମୃତ୍ୟୁକୁ ନେଇ ସରକାରୀ ସ୍ତରରେ ଘୋଷଣା ହୋଇନାହିଁ। ମୃତ ସାମ୍ବାଦିକ ଜଣକ ଏକ ଦୈନକ ଖବର କାଗଜର ସାମ୍ବାଦିକ ଥିଲେ। କରୋନାରେ ମୃତ୍ୟୁବରଣ କରିବାରେ ସେ ରାଜ୍ୟର ପ୍ରଥମ ସାମ୍ବାଦିକ ହୋଇଥିବାରୁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.