Below header

ସରକାରୀ ନିୟମକୁ ଉଲ୍ଲଙ୍ଘନ କରି ଗ୍ରାମରେ ଯଜ୍ଞ କରିବା ନାଏବ ସରପଞ୍ଚଙ୍କୁ ପଡିଲା ମହଙ୍ଗା

ବ୍ରହ୍ମପୁର : କରୋନା ଗାଇଡ୍‌ ଲାଇନ ଅନୁସାରେ କୈାଣସି ସଭା ସମିତି କିମ୍ବା ଗୋଟିଏ ସ୍ଥାନରେ ଏକତ୍ରୀତ ନହେବାକୁ ନିର୍ଦ୍ଦେଶ ରହିଛି । ତେବେ ଏହାକୁ ଖୋଲା ଖୋଲି ଉଲଂଘନ କରାଯାଇଥିବା ଜଣାପଡ଼ିଛି ପୋଲ୍‌ସରା ବ୍ଲକ୍‌ ଅନ୍ତର୍ଗତ ଜା. ଡେଙ୍ଗା ପଦର ପଞ୍ଚାୟତରେ ।

ଏହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହେବା ସହ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଜା.ଡେଙ୍ଗାପଦର ପଞ୍ଚାୟତର ମର୍ଦ୍ଦରାଜପୁର ଗ୍ରାମରେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ନେଇ ଯଜ୍ଞର ଆୟୋଜନ କରିଥିଲେ ନାଏବ ସରପଞ୍ଚ କୃଷ୍ଣଚନ୍ଦ୍ର ଜେନା ।

ଏଥିରେ ୫ ଶହ ଲୋକଙ୍କ ସମାଗମ ହୋଇଥିଲା । ଘଣ୍ଟ ଘଣ୍ଟା ଓ ମୃଦଙ୍ଗର ତାଳେ ତାଳେ ମହିଳାମାନେ କଳସ ଯାତ୍ରାରେ ସାମାଜିକ ଦୂରତ୍ୱକୁ ଭୁଲି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଏହାକୁ ଗ୍ରାମର ଜଣେ ଯୁବକ ବିରୋଧ କରିବାକୁ ନେଇ ସୃଷ୍ଟି ହୋଇଥିଲା ଉତ୍ତେଜନା ।

ଫଳରେ ଉକ୍ତ ଯୁବକକୁ ଲୋକମାନେ ଆକ୍ରମଣ କରିଥିଲେ । ଏହାକୁ ନେଇ ପୋଲସରା ଥାନାରେ ଅଭିଯୋଗ ହେବା ପରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପଞ୍ଚୟତିରାଜ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଉକ୍ତ ନାଏବ ସରପଞ୍ଚଙ୍କୁ ନିଲମ୍ବିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.