ଖୁବ ଶୀଘ୍ର Vi ଲଞ୍ଚ କରିବାକୁ ଯାଉଛି ୬ ମାସିଆ ପ୍ଲାନ, ଗ୍ରାହକଙ୍କୁ ମିଳିବ ଏହି ସବୁ ସୁବିଧା

ଭୋଡାଫୋନ କମ୍ପାନୀ ନିଜ ୧୧୯୭  ଟଙ୍କିଆ ପ୍ଲାନ ଖୁବ ଶୀଘ୍ର ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା ଏହି ପ୍ଲାନର ବୈଧତା ୬ ମାସ ଅର୍ଥାତ ୧୮୦  ଦିନ ପର୍ଯ୍ୟନ୍ତ ରହିବ । ଦେଶର ସମସ୍ତ ପ୍ରାନ୍ତରେ ଏହା ଉପଲବ୍ଧ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ସମେତ ଅନଲିମିଟେଡ଼ କଲିଙ୍ଗ ସୁବିଧା ବି ମିଳିପାରିବ । ଏହା ସହ ପ୍ରତିଦିନ ୧୦୦ ଏସଏମଏସ ସୁବିଧା ମଧ୍ୟ ରହିବ । ଏକ ରିପୋର୍ଟ ଅନୁଯାୟୀ, କମ୍ପାନୀର ଏହି ପ୍ଲାନରେ ସାପ୍ତାହିକ ଡାଟା ରୋଲ ଓଭର ସୁବିଧା ମିଳିପାରିବ । ଏହି ବିଧି ଅନୁଯାୟୀ ସପ୍ତାହ ଯାକର ବଳିଥିବା ଡାଟାର ପ୍ରୟୋଗ ସପ୍ତାହାନ୍ତରେ ଗ୍ରାହକ ମାନେ କରିପାରିବେ । ଏହା ସହ ୟୁଜର ମାନେ Vi ମୁଭି ଓ ଟିଭି ବି ମାଗଣା ଡାଉନଲୋଡ଼ କରି ଦେଖିପାରିବେ । ଆଉ ମଧ୍ୟ ଏହି ପ୍ରି ପେଡ ପ୍ଲାନକୁ Vodafone idea ୱେବସାଇଟ ମାଧ୍ୟମରେ ରିଚାର୍ଜ କରାଯାଇ ପାରିବ ।

କହିରଖିବା ଉଚିତ ହେବକି, ଏଯାବତ Vi ର ଏହି ୧୧୯୭  ଟଙ୍କିଆ ପ୍ଲାନ କେବଳ ମାତ୍ର ହୋମ କ୍ରେଡିଟ ଜରିଆରେ ସ୍ମାର୍ଟଫୋନ ଥିବା ଗ୍ରାହକ ମାନଙ୍କ ପାଇଁ ହିଁ ଉପଲବ୍ଧ ଥିଲା । ୧୫ ହଜାର ଟଙ୍କାରୁ କମ ଦାମର 4G ସ୍ମାର୍ଟଫୋନ କିଣୁଥିବା ଗ୍ରାହକଙ୍କ ପାଇଁ ହିଁ ହୋମ କ୍ରେଡିଟର ସୁବିଧା ଉପଲବ୍ଧ ଥିଲା । ଏହା ସହ Vi ତରଫରୁ ୨୫୯୫ ଟଙ୍କିଆ ରିଚାର୍ଜ ପ୍ଲାନ ବି ଲଞ୍ଚ କରାଯାଇଛି । ଯାହାର ଭ୍ୟାଲିଡିଟି ଏକ ବର୍ଷ ପର୍ଯ୍ୟନ୍ତ ରହିବା ସହିତ ଉପରୋକ୍ତ ପ୍ଲାନର ସମସ୍ତ ସୁବିଧା ଏକ୍ସଟ୍ରା ଟାଇମ ଭ୍ୟାଲିଡିଟି ସହିତ ମିଳିପାରିବ । ପ୍ରତିଦିନ ୨ GB ଡାଟା ସୁବିଧା ମିଳିବା ସହିତ ZEE5 କୁ ମାଗଣା ସବସ୍କ୍ରିପସନ କରାଯାଇପାରିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.