ବିମାନରେ ନେଇପାରିବେ ରେଷ୍ଣୁରାଣ୍ଟର ମଜା, ସାହାରାର ପୁରୁଣା ବିମାନରେ ଆରମ୍ଭ ହେବ ‘Edutainment’ ସେବା

ଏରୋପ୍ଲେନରେ ରେଷ୍ଣୁରାଣ୍ଟର ମଜା କଥାଟି ଟିକେ ଅଡୁଆ ଲାଗୁଥାଇ ପାରେ। କିନ୍ତୁ କଥାଟି ବିଲକୁଲ ସତ। ଏବେ ଆପଣ ବିମାନରେ ବସି ମଧ୍ୟ ରେଷ୍ଣୁରାଣ୍ଟର ମଜା ନେଇପାରିବେ। ରାଜଧାନୀ ଦିଲ୍ଲୀରୁ ସେଟ୍ ନୋଏଡା ଜିଆଇପି ମଲରେ ବିମାନ(ପୁରୁଣା ଏୟାରକ୍ରାଫ୍ଟ) ଭିତରେ ଥିମ ରେଷ୍ଣୁରାଣ୍ଟ ଆରମ୍ଭ ହେବାକୁ ଯାଉଛି। ଯାହା ଲୋକଙ୍କ ପାଇଁ ନିଶ୍ଚିତ ଭାବେ ନୂଆ ଅନୁଭବ ହେବ। ବିମାନରେ ଲୋକ ରେଷ୍ଣୁରାଣ୍ଟ ଭଳି ଖାଦ୍ଯପେୟ କରିପାରିବା ସହିତ ବିମାନ ଯାତ୍ରାର ଆନନ୍ଦ ମଧ୍ୟ ନେଇପାରିବେ। ‘Edutainment’ ଶୈଳୀରେ ଏହା ତିଆରି ହେବ।

ଯେଉଁଥିରେ ଲୋକ ଏଜୁକେସନ ଏବଂ ଏଣ୍ଟରଟେନମେଣ୍ଟର ମଜା ଉଜାଇପାରିବେ । ବିମାନର କକ୍ ପିଟ୍ ବିଷୟରେ ଜାଣିବାକୁ ପାଇଁ ଇଚ୍ଛା ରଖୁଥିବା ଲୋକଙ୍କ ପାଇଁ ମଧ୍ୟ ବିମାନରେ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ। ଏହା ୧୫ ଡିସେମ୍ବରରୁ ଆରମ୍ଭ ହେବ ବୋଲି ସୂଚନା ରହିଛି । ନୋଏଡା ପ୍ଲେନ ରେଷ୍ଣୁରାଣ୍ଟରେ ଏଜୁକେସନ ଏବଂ ଏଣ୍ଟରଟେନମେଣ୍ଟର ବ୍ଯବସ୍ଥାକୁ ନେଇ ମଲ୍ ର ଆସୋସିଏଟ ଡାଇରେକ୍ଟର ଶମିମି କହିଛନ୍ତି, ଖୁବଶୀଘ୍ର ‘Edutainment’ ଶୈଳୀରେ ଆରମ୍ଭ କରାଯିବ। ଆଉ ଏହା ଭିତରକୁ ଯିବାକୁ ହେଲେ ବାଧ୍ୟତାମୂଳକ ଖାଇବାକୁ ପଡିବ, ତାହା ନୁହେଁ। ଖାଇବା ପାଇଁ ଅଲଗା ଟିକେଟ ବ୍ଯବସ୍ଥା ରହିବ। ଯେଉଁଥିପାଇଁ ସାଧାରଣ ଲୋକ ଯାଇ ମଧ୍ୟ ବିମାନ ଭିତରର ମଜା ଉଠାଇପାରିବେ।

restaurant

 

ଯେଉଁ ପିଲାମାନେ ବିମାନ ବିଷୟରେ ଜାଣିବାକୁ ଇଚ୍ଛା ରଖିଥାନ୍ତି, ସେମାନଙକ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ। ଅନ୍ଯପଟେ ଯେଉଁମାନେ ବିମାନ ଯାତ୍ରା କରିବାରେ ସକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ‘ପ୍ଲେନ ରେଷ୍ଣୁରାଣ୍ଟ’ର ଆରମ୍ଭ କରାଯିବ। ଯେଉଁଠି ଥରକେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ଖାଇବାର ବ୍ଯବସ୍ଥା ରହିଥିବ।

plane

ଏଥିପାଇଁ ରନୱେ ଥିବ ସଜାଯିବ। ଏହାସହିତ ପ୍ଲେନ ରେଷ୍ଣୁରାଣ୍ଟ ଆଖପାଖଷର ସିକ୍ଯୁରିଟି ଚେକ୍ ପଏଣ୍ଟସ, ପାଇଲଟ, ଏୟାରହୋଷ୍ଟେସ ଏବଂ କ୍ଯାପଟେନ ମଧ୍ୟ ରହିବେ। ଯେଉଁଥି ପାଇଁ ଜଣେ ବ୍ଯକ୍ତି ବିମାନର ସବୁ ମଜା ଉଠାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.