VI ଲଞ୍ଚ କଲା ନୂଆ ପୋଷ୍ଟପେଡ଼ ପ୍ଲାନ, ମାତ୍ର ୨୯୯ ଟଙ୍କାରେ ପାଇପାରିବେ ଦମଦାର ଫାଇଦା

ଭୋଡ଼ାଫୋନ ଆଇଡ଼ିଆ(VI) ନିଜ ଗ୍ରାହକ ମାନଙ୍କ ପାଇଁ ଏକ ନୂଆ ପୋଷ୍ଟପେଡ଼ ବିଜିନେସ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଗ୍ରାହକଙ୍କୁ ଅନେକ ଏକସକ୍ଲୁସିଭ ଫାଇଦା ମିଳିପାରିବ । ଯାହାକି ସାଧାରଣତଃ ଅନ୍ୟ ୟୁଜର୍ସ ମାନଙ୍କୁ ମିଳିନଥାଏ । ଏହି ପ୍ଲାନର ପ୍ରାରମ୍ଭିକ ମୂଲ୍ୟ ୨୯୯ ଟଙ୍କା ଥିବା ଜଣାଯାଇଛି । କମ୍ପାନୀ ପାଖରେ ଏବେ କର୍ପୋରେଟ ୟୁଜର୍ସ ମାନଙ୍କ ପାଇଁ ଚାରିଟି ବିଜିନେସ ପ୍ଲସ ପ୍ଲାନ ରହିଛି । ଆଉ ଏହି ସିରିଜର ସବୁଠାରୁ ମହଂଗା ପ୍ଲାନର ମୂଲ୍ୟ ହେଉଛି ୪୯୯ ଟଙ୍କା । ଆଉ ଅନ୍ୟ ଦୁଇଟିର ଦାମ କମ୍ପାନୀ ପକ୍ଷରୁ ୩୪୯ ଟଙ୍କା ଓ ୩୯୯ ଟଙ୍କା ରଖାଯାଇଛି ।

କମ୍ପାନୀର ୨୯୯ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ୩୦ ଜିବି ଡାଟା ମିଳିଥାଏ । ଏହାବାଦ ରୋମିଙ୍ଗ ବ୍ୟତୀତ ଅନ୍ୟ ସମସ୍ତ ନେଟୱର୍କରେ ଅନଲିମିଟେଡ଼ କଲିଙ୍ଗ ସୁବିଧା ମିଳିପାରିବ । ଏହି ପ୍ଲାନ ଅଧୀନରେ ଏକ ମାସ ପର୍ଯ୍ୟନ୍ତ ୧୦୦ ଏସଏମଏସର ସୁବିଧା ମିଳିପାରିବ । ଏଥିରେ ମୋବାଇଲ ସିକ୍ୟୁରିଟି, ଭୋଡାଫୋନ ଆପ୍ସର ଆକ୍ସେସ ପରି ସୁବିଧା ମାନ ମଧ୍ୟ ମିଳିପାରିବ ।

୩୪୯ ଟଙ୍କିଆ ପ୍ଲାନରେ ବି ୨୯୯ ଟଙ୍କା ପରି ସୁବିଧା ମାନ ମିଳିପାରିବ । ୩୦ ଜିବି ସ୍ଥାନରେ ୪୦ ଜିବିର ଲୋକେସନ ଟ୍ରାକିଙ୍ଗର ସୁବିଧା ମଧ୍ୟ ମିଳିପାରୁଛି । ଯେବେକି ୩୯୯ ଟଙ୍କିଆ ଓ ୪୯୯ ଟଙ୍କିଆ ପ୍ଲାନରେ ଉପରୋକ୍ତ ସୁବିଧାମାନ ସହ ୬୦ ଜିବି ଓ ୧୦୦ ଜିବି ଡାଟା ସୁବିଧା ମିଳିପାରୁଛି । ଆଉ ୪୯୯
ଟଙ୍କିଆ ପ୍ଲାନରେ ଏକ ବର୍ଷ ପାଇଁ ଡିଜ୍ନି ପ୍ଲସ ହଟ ଷ୍ଟାରର ଏକ ବର୍ଷ ପର୍ଯ୍ୟନ୍ତ ସବସ୍କ୍ରିପସନ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.