ଅନଲାଇନ ଠକେଇର ଶିକାର ହେଲେ ଯୁବକ

ଯାଜପୁର (କେନ୍ୟୁଜ): ପୁଣି ଅନଲାଇନ ଠକେଇ ଘଟଣା ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଜଣେ ଯୁବକ ଅନ ଲାଇନ ଠକେଇର ଶିକାର ହୋଇଛନ୍ତି। ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତର ଯୁବକ ଦୀପକ ରାଉତ ଉତ୍ତରପ୍ରଦେଶର ଏକ ଫାଇନାନ୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ଏଜେଣ୍ଟ ଭାବେ କାମ କରୁଥିଲେ।

ଲୋକଙ୍କୁ ଋଣ ଦେବା ପାଇଁ ପ୍ରଥମେ ଏଜେଣ୍ଟକୁ ଗ୍ରାହକ ସଂଗ୍ରହ କରିବା ଓ ଫାଇଲ ଚାର୍ଜ ପାଇଁ ଟଙ୍କା ଡିପୋଜିଟ କରିବା ପାଇଁ କୁହାଯାଇଥିଲା। ଏଜେଣ୍ଟ ମାନେ ଢେଙ୍କାନାଳ ଅଂଚଳର ଗ୍ରାହକଙ୍କ ଠୁ ଟଙ୍କା ନେଇ ଅନଲାଇନ ମାଧ୍ୟମରେ ଡିପୋଜିଟ କରିଥିଲେ। ପାଖାପାଖି ୧ ଲକ୍ଷ ୩୫ହଜାର ଟଙ୍କା ବିଭିନ୍ନ ଗ୍ରାହକଙ୍କ ଠୁ ଆଣି ଡିପୋଜିଟ କରିଥିଲେ।

ହେଲେ ପରବର୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ସଂସ୍ଥାର କର୍ମଚାରୀମାନେ ମୋବାଇଲ ସେବା ବନ୍ଦ କରିଦେଇଥିଲେ। ଯାହାଫଳରେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ ହୋଇପାରୁ ନଥିବା ବେଳେ ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏଜେଣ୍ଟ। ଦୀପକଙ୍କ ଭଳି ବହୁ ଏଜେଣ୍ଟ ଏହି ଭଳି ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏ ନେଇ ସେ ଧର୍ମଶାଳା ଥାନାର ଦ୍ୱାରସ୍ତ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.