ବାସବରାଜ ବୋମାଇ ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁର : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବାସବରାଜ ବୋମାଇଙ୍କୁ ଆଜି ଚୟନ କରାଯାଇଛି । ବିଜେପିର ନିଷ୍ପତ୍ତି କ୍ରମେ ବୋମାଇଙ୍କ ନାମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଆଜି ବେଙ୍ଗାଲୁର ଠାରେ ଅନୁଷ୍ଠିତ ଦଳିୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ବିଦାୟୀ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ମନ୍ତ୍ରୀ ମଣ୍ଡଳରେ ବୋମାଇ ଗୃହ ମନ୍ତ୍ରୀ ଥିଲେ । ବୋମାଇ ସର୍ଦ୍ଦାର ଲିଙ୍ଗାୟତ ସମ୍ପ୍ରଦାୟର । ସେ ବିଏସ୍‌ ୟେଦୁରପ୍ପାଙ୍କ ଅତି ଘନିଷ୍ଠ ଭାବେ ଜଣାଶୁଣା । ବୋମାଇଙ୍କ ପିତା ଏସ୍‌ ଆର୍‌ ବୋମାଇ ମଧ୍ୟ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ କାମ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.