Below header

ଏବେ ଭିସ୍ତାରା ବି ବନ୍ଦ କଲା ବିମାନସେବା, ମାର୍ଚ୍ଚ ୨୦ରୁ ୩୧ ପର୍ଯ୍ୟନ୍ତ ରଦ୍ଦ କଲା ସମସ୍ତଙ୍କ ଅନ୍ତଃରାଷ୍ଟ୍ରୀୟ ଉଡ଼ାଣ

କରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହାର ପ୍ରଭାବ ଚାରିଆଡେ ପଡିଛି। ଏପର୍ଯ୍ୟନ୍ତ COVID-19 ମହାମାରୀ ୧୬୦ଟି ଦେଶରେ ପ୍ରବେଶ କରିସାରିଛି। ଭାରତରେ ଏପର୍ଯ୍ୟନ୍ତ ୧୭୦ଟି ମାମଲା ଦେଖିବାକୁ ମିଳିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। କର୍ପୋରେଟ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଖେଳ, ବଲିଉଡ, ଶିଳ୍ପ ଇଣ୍ଡଷ୍ଟ୍ରୀ ଏବଂ ଏବେ ସମସ୍ତ ବିମାନ ସେବା ଉପରେ ଏହାର ପ୍ରଭାବ ପଡିଛି। ଏହାର ପ୍ରଭାବକୁ ନଜରରେ ରଖି ବିମାନ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ଉଡାଣକୁ ବାତିଲ କରୁଛନ୍ତି। ପୂର୍ବରୁ ଗୋଏୟାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏହି ଧାରାରେ ଭିସ୍ତାରା ଯୋଡି ହୋଇଛି। ଚଳିତ ମାସ ୨୦ରୁ ମାର୍ଚ୍ଚ ୩୧ ଯାଏ ଏହି କମ୍ପାନୀର ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ଜଣାପଡିଛି।

goair

ଏହା ଯୋଗୁଁ ଏୟାରଲାଇନ୍ସକୁ ବଡ କ୍ଷତି ସହିବାକୁ ପଡିଛି। ଭିସ୍ତାରା Tata SIA ଏୟାରଲାଇନ୍ସ ଲିମିଡେଟ୍‌ ଦ୍ୱାରା ସଂଚାଳିତ ଏୟାରଲାଇନ। କରୋନା ସ୍ଥିତି ଉପରେ ନଜର ରଖି ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ଘରୋଇ ଉଡାଣକୁ ମଧ୍ୟ ସାମୟିକ ଲାଗି ବ୍ୟବସ୍ଥିତ କରାଯିବାକୁ ନିଷ୍ପତ୍ତି ହୋଇଥିବା ଭିସ୍ତାରା ପକ୍ଷରୁ ସୂଚନା ରହିଛି।

ସେହିପରି ଗୋଏୟାର ନିଜର ସମସ୍ତ କର୍ମଚାରୀଙ୍କୁ ଛୁଟିରେ ଘରୁ ପଠାଇଦେଇଛି। କର୍ମଚାରୀଙ୍କୁ ରୋଟେସନ ଆଧାରରେ ଛୁଟି ଦିଆଯାଇଛି। କରୋନା ଭାଇରସ ଭୟରେ ଇଣ୍ଡିଗୋର ପାଇଲଟ ଏକ୍ସଟ୍ରା ଟାଇମ କାମ କରିବା ପାଇଁ ମନା କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.