ସେପ୍ଟେମ୍ବରରୁ ଗ୍ରାହକଙ୍କୁ ଝଟକା ଦେଇପାରେ ଭୋଡାଫୋନ, ଆଇଡିଆ ଏବଂ ଏୟାରଟେଲ, ପୁଣି ମହଙ୍ଗା ହେବ ପ୍ଲାନ

୨୦୧୯ ଡିସେମ୍ବରରେ ସମସ୍ତ ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କୁ ଝଟକା ଦେଇ ଟାରିଫ୍ ପ୍ଲାନ୍ ମହଙ୍ଗା କରିଦେଇଥିଲେ କିନ୍ତୁ ଏବେ ପୁଣିଥରେ ଗ୍ରାହକଙ୍କୁ ଟଝକା ଦେବେ ଅନେକ ଟେଲିକମ୍‌ କମ୍ପାନୀ। କରୋନା ସଂକ୍ରମଣ ଓ ଲକଡାଉନ ମାଡ ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ଉପରେ ମଧ୍ୟ ପଡିଛି । ଏହାର ଭରଣା ପାଇଁ ଏହି କମ୍ପାନୀମାନେ ନିଜ ପ୍ଲାନ୍ ମହଙ୍ଗା କରିପାରନ୍ତି ।

voda

ଗତ ବର୍ଷ ଟାରିଫ୍ ପ୍ଲାନ୍ ୧୦-୪୦ ପ୍ରତିଶତ ମହଙ୍ଗା ହୋଇଥିଲା ଏବଂ ଏବେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ପୁଣି ଟାରିଫ୍ ପ୍ଲାନ୍ ମହଙ୍ଗା କରିବା ପାଇଁ ପ୍ରସ୍ତୁତ ହେଉଛି । ଏକ ରିପୋର୍ଟରେ କୁହାଯାଇଛି କି ସେପ୍ଟେମ୍ବର- ଅକ୍ଟୋବରରେ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ ଟାରିଫ୍ ପ୍ଲାନରେ ୨-୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ଯଦିଓ ପ୍ରତ୍ୟେକ ୬ ମାସରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେବେ ଟେଲିକମ୍ କମ୍ପାନୀମାନେ ଏହି ମାମଲାରେ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଷ୍ଟେଟମେଣ୍ଟ ଦେଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.