Vi ୟୁଜର୍ସଙ୍କୁ ଝଟକା, କମ୍ପାନୀ ବନ୍ଦ କଲା ଦୁଇଟି ଲୋକପ୍ରିୟ ପ୍ରିପେଡ ପ୍ଲାନ

ଟେଲିକମ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ପ୍ଲାନ ବଜାରକୁ ଆଣୁଛି। ଏହିସବୁ ପ୍ଲାନରେ ଅନଲିମିଟେଡ୍ କଲିଂ ସହିତ ଡାଟା ମଧ୍ୟ ମିଳୁଛି। ଭୋଡାଫୋନ ୟୁଜର୍ସଙ୍କ ପାଇଁ ଖରାପ ଖବର। ଏବେ ଭୋଡାଫୋନ ଆଇଡିଆ ସବୁଠାରୁ ଶସ୍ତା ପ୍ରିପେଡ ପ୍ଲାନକୁ ବନ୍ଦ କରିଦେଇଛି।

Vi ୫୫୮ ଏବଂ ୩୯୮ ଟଙ୍କିଆ ପ୍ଲାନକୁ ବନ୍ଦ କରିଦେଇଛି। ପୂର୍ବରୁ କମ୍ପାନୀ ୪୯ ଟଙ୍କିଆ ସବୁଠାରୁ ଶସ୍ତା ପ୍ଲାନକୁ ବନ୍ଦ କରିଦେଇଥିଲା। ଏବେ ଏହି ଲୋକପ୍ରିୟ ଦୁଇଟି ପ୍ଲାନକୁ ବନ୍ଦ କରି ଗ୍ରାହକଙ୍କୁ ଝଟକା ଦେଇଛି।

କମ୍ପାନୀ ୫୫୮ ଟଙ୍କିଆ ପ୍ଲାନରେ ୫୬ ଦିନ ପର୍ଯ୍ଯନ୍ତ ଭାଲିଡିଟି ସହିତ ଦିନକୁ ୩ ଜିବି ଡାଟା ଦେଉଥିଲା। ଏହାସହିତ ଅନଲିମିଟେଡ କଲିଂର ସୁବିଧା ସହିତ ୧୦୦ ଏସଏମଏସ ସୁବିଧା ଦେଉଥିଲା।

୩୯୮ ପ୍ଲାନରେ ୨୮ ଦିନର ଭାଲିଡିଟି ସହିତ ଅନଲିମିଟେଡ କଲିଂ ସୁବିଧା ମଧ୍ୟ ଦେଉଥିଲା। ଏହାଛଡା ପ୍ଲାନରେ ୩ ଜିବି ଡାଟା ସହିତ ୧୦୦ଟି ଏସଏମଏସ ଫ୍ରି ରହିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.