Below header

ଭଦ୍ରକ: ଭାଲେଣ୍ଟାଇନ ଡେରେ ବାହା ହୋଇଥିଲେ କିନ୍ତୁ ଆଜି ସନ୍ଦେହଜନକ ଭାବେ ନବ ବିବାହିତାଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ବାସୁଦେବପୁର(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସ୍ଥିତ କୃଷ୍ଣପୁର ପଞ୍ଚାୟତ ନଟିଆପାଳ ନାୟକ ସାହି ଗ୍ରାମରେ ନବ ବିବାହିତାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ସେହି ପଞ୍ଚାୟତର ରମାକାନ୍ତ ନାୟକଙ୍କ ପୁଅ ରାକେଶ କୁମାର ନାୟକ ବୈଦିକ ରିତିନୀତି ଅନୁସାରେ ଲକ୍ଷ୍ମୀଦାସପୁର ପଞ୍ଚାୟତ ଷଣ୍ଢଗଡା ଗ୍ରାମର ମହେଶ୍ୱର ପୁହାଣଙ୍କ ଝିଅ ରାହାଶ ମଂଜରୀ ପୁହାଣକୁ ଚଳିତ ବର୍ଷ ଫ୍ରେବୃୟାରୀ ୧୪ ତାରିଖ ଦିନ ବିବାହ କରିଥିଲେ। ବିବାହ ସମୟରେ ବର ପକ୍ଷରୁ ଦାବୀ ମୁତାବକ ସମସ୍ତ ଜିନିଷ ପତ୍ର ଝିଅର ବାପା ମହେଶ୍ୱର ଦେଇଥିଲେ। ହେଲେ କିଛି ଦିନ  ଶୁଖ ଶାନ୍ତିରେ ଝିଅ ଶଶୁର ଘରେ ରହି ଆସିଥିବା ବେଳେ ଗୋଟେ ମାସ ହେବ ଝିଅକୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯ୍ଯାତନା ଦେଉଥିଲେ ବୋଲି ବାପା ମହେଶ୍ୱର  କହିଛନ୍ତି।

ଆଜି ନବ ବିବାହିତା ରାହାଶ ମଞ୍ଜରୀ ଗୁରୁତର  ଅଛନ୍ତି, ଏବଂ ତାଙ୍କୁ ଡାକ୍ତରଖାନା ନେଇଯାଉଛୁ ବୋଲି ତାର ଶଶୁର  ରମାକାନ୍ତ  ମହେଶ୍ୱରକୁ ଫୋନ ଯୋଗେ ଜଣାଇଥିଲେ। କିନ୍ତୁ  ମହେଶ୍ୱର ଡାକ୍ତରଖାନା ଆସି ଦେଖନ୍ତି  ତାଙ୍କ ଝିଅ ମରିଯାଇଛି। ଯାହାକୁ  ନେଇ ରମାକାନ୍ତ ଝିଅର ଶାଶୁ ଘର ଲୋକଙ୍କ ଉପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.