ଦୁନିଆରେ ରହିଛି ଏମିତି ଏକ ସ୍ଥାନ, ଯେଉଁଠି ଲୋକ ଭୋକ ବିକଳରେ ଖାଉଥିଲେ ମଣିଷ ମାଂସ

ୟୁରୋପର ପୂର୍ବଭାଗରେ ରହିଛି ୟୁକ୍ରେନର ବହୁ ପ୍ରାଚୀନ ଦେଶ ।ଏହାର ସୀମା ଅନେକ ଦେଶ ସହ ଲାଗି ରହିଛି । ଯେମିତିକି ପୂର୍ବରେ ଋଷ, ଉତ୍ତରରେ ବୋଲାରୁସ, ପୋଲାଣ୍ଡ,ସ୍ଲୋଭାକିଆ, ପଶ୍ଚିମରେ ହଙ୍ଗେରୀ, ରୋମାନିଆ ଆଦି ଦେଶ । କୀବ ଏହି ଦେଶର ରାଜଧାନୀ ହେବା ସହ ସବୁଠୁ ବଡ଼ ସହର ମଧ୍ୟ ।ଏହାକୁ ନେଇ ଏକ ଖାସ କଥା ରହିଛି ।

ଏହାକୂୁ ସୁନ୍ଦରୀ ମହିଳାଙ୍କ ଦେଶ ବୋଲି ମଧ୍ୟ କୁହାଯାଏ । ତେବେ ଏହାକୁ ନେଇ ରହିଛି ଅନେକ ରହସ୍ୟ ।

-ଏଠାରେ ଦୁନିଆର ସବୁଠୁ ତଳେ ଥିବା ରେଳ ଷ୍ଟେସନ ତିଆରି ହୋଇଛି ।ଏହାର ନାମ ଆର୍ସେନଲ୍ଲା ମେଟ୍ରୋ ଷ୍ଟେସନ ରଖାଯାଇଛି । ଏହା ଭୂମିଠାରୁ ୧୦୫.୫ ମିଟର ତଳେ ତିଆରି କରାଯାଇଛି ।

– ଏଠାରେ ଲୋକମାନେ ଗୀତକୁ ଅଧିକ ପସନ୍ଦ କରନ୍ତି । ମନାଯାଏ ଯେ, ଏଠାରେ ସଙ୍ଗୀତର ସବୁଠୁ ଲମ୍ବା ବାଦ୍ୟଯନ୍ତ୍ର ତିଆରି କରାଯାଇଥାଏ । ଏହା କାଠରେ ପ୍ରସ୍ତୁତ ହୋଇଥାଏ ।

– ଏଠାରେ ବିବାହିତ ଯୁବକ ନିଜ ଡାହାଣ ଆଙ୍ଗୁଠିରେ ମୂୁଦି ପିନ୍ଧିଥାଏ ।

– ୧୯୩୨-୩୩ ମଧ୍ୟରେ ଏଠାରେ ଅକାଳ ପଡ଼ିଥିଲା । ସେବେ ୟୁକ୍ରେନ ସୋଭିଏତ ଋଷର ଅଂଶ ଥିଲା । ସେହି ସମୟରେ ଏଠାରେ ଲକ୍ଷ ଲକ୍ଷ ଲୋକ ମରୁଥିଲେ । କୁହାଯାଏ ଯେ, ଏଠାରେ ଅକାଳ ପାଇଁ ଭୋକ ବଢ଼ିଯାଇଥିଲା, କିନ୍ତୁ ଖାଦ୍ୟ ମିଳୁନଥିଲା । ତେଣୁ ମଣିଷ ଶେଷରେ ମଣିଷ ମାଂସ ଖାଉଥିଲା । ସେହି ସମୟରେ ପାଖାପାଖି ୨୫୦୦ ଲୋକଙ୍କୁ ପୋଲିସ ନର ଭକ୍ଷଣ ପାଇଁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.