ପ୍ରତିଦିନ କେଉଁ ଜିଲ୍ଲାରେ କେତେ ଟିକାକରଣ ହେବ ନିର୍ଦ୍ଧାରିତ ହେଲା ଟିକା ଟାର୍ଗେଟ, ଜାଣନ୍ତୁ ସବିଶେଷ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଦିନକୁ ସାଢେ ୩ଲକ୍ଷ ଡୋଜ କୋଭିଡ ଟିକାକରଣ ପାଇଁ ଲକ୍ଷ୍ୟ। ସବୁ ଜିଲ୍ଲା ପାଇଁ ନିର୍ଦ୍ଧାରିତ ହେଲା ଟିକା ଟାର୍ଗେଟ। ଏହା ମଧ୍ୟରୁ ଭୁବନେଶ୍ୱର ଅର୍ବାନ ପାଇଁ ଦୈନିକ ସର୍ବାଧିକ ୩୦ ହଜାର ଭାକ୍‌ସିନେସନ କରାଯିବ। ଦ୍ୱିତୀୟରେ ଗଞ୍ଜାମରେ ୨୮ହଜାର ୫ଶହ, କଟକ ୨୦ହଜାର, ମୟୂରଭଞ୍ଜ- ୧୯ହଜାର, ବାଲେଶ୍ୱର-୧୮ହଜାର, ସୁନ୍ଦରଗଡ଼-୧୬ ହଜାର ଓ ଯାଜପୁର ପାଇଁ ୧୫ ହଜାର ଡୋଜ ଟିକାକରଣ ଲକ୍ଷ୍ୟ ରଖାଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗ ସଚିବ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନର ଓ ସିଡିଏମଓଙ୍କୁ ଚିଠି ଲେଖିଛନ୍ତି। ଏବେ କେନ୍ଦ୍ର ସରକାର ରାଜ୍ୟକୁ ମାସିକ ଟିକା ଯୋଗାଣକୁ ଦ୍ୱିଗୁଣିତ କରିଛନ୍ତି।

ସେହିପରି ସିରିଞ୍ଜ ସମସ୍ୟାର ମଧ୍ୟ ସମାଧାନ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଦୈନିକ ୩ ଲକ୍ଷ ୫୦ହଜାର ଡୋଜ୍‌ ଟିକାକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଦ୍ୱିତୀୟ ଡୋଜ ଅପେକ୍ଷାରେ ଥିବା ଲୋକଙ୍କ ଟିକାକରଣ ସାରିବାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ। ଏହା ପରେ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଶିକ୍ଷକ, ଅଣଶିକ୍ଷକ କର୍ମଚାରୀଙ୍କୁ ଟିକାକରଣରେ ପ୍ରାଧାନ୍ୟ ଦିଆଯିବ। ଏହା ପରେ ସମସ୍ତ ଗର୍ଭବତୀ ମହିଳାଙ୍କ ଟିକାକରଣରେ ଗୁରୁତ୍ୱ ହେବାକୁ କୁହାଯାଇଛି।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.