Vodafone ଲଞ୍ଚ କଲା ନୂଆ ପ୍ରି -ପେଡ ପ୍ଲାନ, ଗ୍ରାହକଙ୍କୁ ମିଳିବ ୫୬ ଦିନର ଭ୍ୟାଲିଡିଟି

ଦେଶର ଅନ୍ୟତମ ଟେଲିକମ କମ୍ପାନୀ ଭୋଡାଫୋନ ଇଣ୍ଡିଆ ନିଜର ଏକ ନୂଆ ପ୍ରି-ପେଡ ପ୍ଲାନକୁ ବଜାରରେ ଲଞ୍ଚ କରିଛି । ଏହି ନୂଆ ପ୍ରି-ପେଡ ପ୍ଲାନର ଦର ରହିଛି ମାତ୍ର ୨୬୯ ଟଙ୍କା । ଯେବେକି କିଛି ଦିନ ପୂର୍ବରୁ କମ୍ପାନୀ ନିଜ ୫୫୮ ଟଙ୍କାର ଏକ ପ୍ଲାନକୁ ବଜାରରେ ଲଞ୍ଚ କରିଥିଲା । ଭୋଡାଫୋନର ଏହି ପ୍ଲାନରେ ୪ ଜିବି ଡାଟା ମିଳିପାରିବ । ଏହାବାଦ ୬୦୦ ମେସେଜ ବି ଉପଲବ୍ଧ ହେବ । ଏହା ସହ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଲ ମଧ୍ୟ କରାଯାଇପାରିବ । ଏହି ପ୍ଲାନ ଟିର ବୈଧତା ୫୬ ଦିନ ରହିବ ବୋଲି ଜଣା ଯାଇଛି ।

vodafone

କିନ୍ତୁ ଏହି ସୁବିଧା ଭାରତର କିଛି ଅଂଚଳରେ ହିଁ ଉପଲବ୍ଧ ହେବ । ଏହି ପ୍ଲାନରେ ୪୯୯ ଟଙ୍କା ଦରରେ ଭୋଡାଫୋନ ପ୍ଲେ ଆପର ସବସ୍କ୍ରିପସନ ସୁବିଧା ମିଳିବ । ଆହୁରି ମଧ୍ୟ କୁହାଯାଉଛି କି ୫୬ ଦିନର ବୈଧତା ହିସାବରେ ଏହା ହେଉଛି ସବୁଠୁ ଶସ୍ତା ପ୍ଲାନ । କହି ରଖିବା ଉଚିତ ହେବକି ନିକଟ ଅତୀତରେ ହିଁ କମ୍ପାନୀ ନିଜ ୫୫୮ ଟଙ୍କିଆ ଓ ୩୯୮ ଟଙ୍କିଆ ପ୍ଲାନକୁ ବଜାରରେ ପ୍ରବେଶ କରାଇଥିଲା । ଏହି ପ୍ଲାନ ଗୁଡିକରେ ମଧ୍ୟ ୩ ଜିବି ଡାଟା ସମେତ ୧୦୦ ଏସଏମଏସର ସୁବିଧା ମିଳିବ ।

ଏହି ପ୍ଲାନରେ ମଧ୍ୟ ୟୁଜର ମାନେ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ କରିପାରିବେ । ଏହାବାଦ ଉପଭୋକ୍ତା ମାନଙ୍କୁ ଜି୫ ସବସ୍କ୍ରିପସନର ଦିଆଯିବ । ଯାହାର ଦର ରହିବ ୯୯୯ ଟଙ୍କା । ଏହି ରିଚାର୍ଜ ପ୍ୟାକର ଅବଧି ରହିବ ୫୬ ଦିନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.