Below header

ବିବାଦରେ ଫସିଲେ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ, ମହିଳା କୋରିଓଗ୍ରାଫରଙ୍କୁ ଦେଖାଉଥିଲେ ଆଡଲ୍ଟ ଭିଡିଓ

ବଲିଉଡ୍‌ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି। ୩୩ ବର୍ଷୀୟା ଜଣେ ମହିଳା କୋରିଓଗ୍ରାଫର ତାଙ୍କ ବିରୋଧରେ ଅମ୍ବୋଲି ଥାନାରେ ଏକ ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଗଣେଶ ତାଙ୍କୁ ଆଡଲ୍ଟ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଛନ୍ତି। ଏହାସହ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମରୁ ବଞ୍ଚିତ କରାଉଛନ୍ତି ଏବଂ ରୋଜଗାରରୁ କମିଶନ ମଧ୍ୟ ମାଗୁଛନ୍ତି।

gane55

ଅଭିଯୋଗ ପତ୍ରରେ କ’ଣ ରହିଛି ଉଲ୍ଲେଖ?

ଅଭିଯୋଗ ପତ୍ରରେ ମହିଳା ଜଣକ ଲେଖିଛନ୍ତି ‘ଗଣେଶ ଯେବେଠାରୁ Indian Film and Television Choreographers’ Associationର ଜେନେରାଲ୍‌ ସେକ୍ରେଟାରୀ ହୋଇଛନ୍ତି, ସେବେଠାରୁ ସେ ମୋତେ ହଇରାଣ କରିଆସୁଛନ୍ତି। ଯେତେବେଳେ ମୁଁ ଗଣେଶଙ୍କ କଥା ମାନି ନ ଥିଲି, ସେତେବେଳେ ସେ ମୋତେ ଆସୋସିଏଶନରୁ ବାହାର କରିଦେଇଥିଲେ। ଏହାଛଡ଼ା ମୋତେ ନିଜର ଆସିଷ୍ଟାଣ୍ଟ ହେବାକୁ ବି କହିଥିଲେ। କିନ୍ତୁ ମୁଁ ମନା କରିଦେଇଥିଲି, କାରଣ, ମୁଁ ସ୍ୱାଧୀନ ଭାବେ କାମ କରିବାକୁ ଚାହୁଁଥିଲି’।

ମହିଳା ଆହୁରି କହିଛନ୍ତି ଯେ ‘ମୁଁ ଯେତେବେଳେ ବି ତାଙ୍କ ଅଫିସ୍‌ କୌଣସି କାମରେ ଯାଉଥିଲି, ସେ ସବୁବେଳେ ଆଡଲ୍ଟ ଭିଡିଓଗୁଡ଼ିକ ବସି ଦେଖୁଥିଲେ। ମୋତେ ବି ଭିଡିଓ ଦେଖିବାକୁ କହୁଥିଲେ। ଏ ସବୁ ଶୁଣି ମୋତେ ବହୁତ ରାଗ ଲାଗୁଥିଲା। ମୋତେ ଜଣାଅଛି ଯେ ସେ Womanizer ଏବଂ ଜୁଆ ଖେଳିଥାଆନ୍ତି’।

1q

କହି ରଖୁଛୁ, ପୂର୍ବରୁ ବି ଗଣେଶ ବିବାଦରେ ଫସିଥିଲେ। ସେ ‘All India Film Television and Events Dancers Association’ ନାଁରେ ଏକ ଆସୋସିଏଶନ ଗଢ଼ିଥିଲେ, ଯାହାକୁ ନେଇ Cine Dancers Association ଚିନ୍ତିତ ଥିଲା। ଏହି ପ୍ରସଙ୍ଗ ଉପରେ ସରୋଜ ଖାନ୍‌ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.