ଗୋବର ଧନ ଯୋଜନା କ’ଣ, କିପରି ଗୋବର ସାଜିବ ରୋଜଗାରର ଉତ୍ସ ? ବଜେଟରେ ହେଲା ବଡ ଘୋଷଣା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ନିଜର ପଞ୍ଚମ ବଜେଟ୍ ଉପସ୍ଥାପନ କରିଛନ୍ତି । ନିଜ ବଜେଟ୍‌ ଅଭିଭାଷଣରେ ସେ କହିଛନ୍ତି ଯେ, ବିକଳ୍ପିକ ଉର୍ବରକକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରଣାମ ଯୋଜନା ଆରମ୍ଭ କରାଯିବ । ସେହିପରି ଗୋବର ଧନ ଯୋଜନା ଅଧୀନରେ ୫୦୦ ଟି ନୂଆ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ।

କଣ ଏହି ଗୋବର ଧନ ଯୋଜନା ?

ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ ଆରମ୍ଭ କରାଯାଇଥିବା ଗୋବର ଧନ ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳର ସ୍ୱଚ୍ଛତା ଉପରେ ସକରାତ୍ମକ ପ୍ରଭାବ ପକାଇବା ଏବଂ ଜୈବକ ବର୍ଜ୍ୟବସ୍ତୁରୁ ଧନ ଓ ଶକ୍ତି ଉତ୍ପାଦନ କରିବା ।

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଗ୍ରାମୀଣ ଜୀବିକାର ନୂତନ ସୁଯୋଗ ସୃଷ୍ଟି କରିବା ଏବଂ କୃଷକ ଏବଂ ଅନ୍ୟ ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ଆୟ ବୃଦ୍ଧି କରିବା । ଅର୍ଥମନ୍ତ୍ରୀ କହିଛନ୍ତି ଶକ୍ତି ସୁରକ୍ଷା କ୍ଷେତ୍ରରେ ୩୫ ହଜାର କୋଟି ଟଙ୍କା ନିବେଶ କରାଯିବ। ନବୀକରଣ ଶକ୍ତି କ୍ଷେତ୍ରରେ ୨୦,୭୦୦ କୋଟି ଟଙ୍କା ନିବେଶ କରାଯିବ ।

gobaraଅର୍ଥମନ୍ତ୍ରୀ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରି ଏହା ମଧ୍ୟ କହିଛନ୍ତି ଯେ, ସରକାର ଏକ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ କାର୍ଯ୍ୟରେ ସହଜ କରିବେ । ଏହା ବ୍ୟତୀତ ସରକାର ନୂତନ ମିଶି ଯୋଜନା ଅଧୀନରେ ସମୁଦ୍ର କୂଳରେ ଆମ୍ବ ଗଛ ଲଗାଇବେ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ ଆର୍ଦ୍ରଭୂମିଗୁଡିକର ସର୍ବୋଚ୍ଚ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ଯୋଜନା ମାଧ୍ୟମରେ ସଂରକ୍ଷଣ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବେ ।

ବିତ୍ତ ମନ୍ତ୍ରୀ ଏହାମଧ୍ୟ କହିଛନ୍ତି ଯେ ବର୍ଷକୁ ୭ ଲକ୍ଷ ପର୍ଯ୍ୟନ୍ତ କମାଉଥିବା ଲୋକଙ୍କ କୌଣସି କର ଦେବାକୁ ହେବନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟକ୍ତିଗତ ଆୟକରର ନୂଆ ଟ୍ୟାକ୍ସ ଦର ୦ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୁନ୍ୟ, ୩ରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%, ୬ ରୁ ୯ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ୧୦%, ୯ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫%, ୧୨ ରୁ ୧୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ୨୦% ଏବଂ ୧୫ ଲକ୍ଷରୁ ଉର୍ଦ୍ଧ୍ୱ ୩୦% ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.