ଚେକ୍‌ ବାଉନ୍ସକୁ ନେଇ ଜାଣନ୍ତୁ କଣ ରହିଛି ନୂଆ ନିୟମ, ଟିକେ ଭୁଲରେ ଭୋଗିବେ ବଡ଼ ଦଣ୍ଡ

ଚେକ୍‌ ବାଉନ୍ସ ଭଳି ସମସ୍ୟାର ୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଏଥିପାଇଁ ସରକାର ଲାଗୁ କରିବେ ନୂଆ ନିଷ୍ପତ୍ତି। ଉଦ୍ୟୋଗ ସଂଗଠନ ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ନିକଟରେ ବିତ୍ତ ମନ୍ତ୍ରାଳୟ କୁ ଅନୁରୋଧ କରିଛି ଯେ ଚେକ ବାଉନ୍ସ ମାମଲାରେ ବ୍ୟାଙ୍କ ରୁ ଟଙ୍କା ଉଠାଇବା ପାଇଁ ଥିବା ଟାଇମ ଲିମିଟ ସିଷ୍ଟମକୁ ଉଠାଇବା ପାଇଁ ପ୍ରସ୍ତାବ ଦେଇଛି। ଏମିତିରେ ଗ୍ରାହକଙ୍କୁ ନିଜ ତରଫରୁ କଥା ରଖିବା ପାଇଁ ସମୟ ମଧ୍ୟ ମିଳିବ । ତେବେ ଏହାକୁ ନେଇ ଲାଗୁ ହୋଇଥିବା ନୂଆ ନିଷ୍ପତ୍ତି ସମ୍ପର୍କରେ ଚାଲନ୍ତୁ ଜାଣିବା।

ଚେକ ବାଉନ୍ସ ହେଲେ କଟିବ ଦ୍ୱିତୀୟ ଆକାଉଣ୍ଟରୁ ଟଙ୍କା:
ବିତ୍ତମନ୍ତ୍ରାଳୟ ପକ୍ଷରୁ ଯଦି ନୂଆ ନିୟମ ଲାଗୁ ହୁଏ ତେବେ ଚେକ ଜାରି କରିଥିବା ବ୍ୟକ୍ତିଙ୍କର ଅନ୍ୟ ଆକାଉଣ୍ଟରୁ ଟଙ୍କା କଟିବ। ଏହାସହିତ ନୂଆ ଆକାଉଣ୍ଟ ଖୋଲିବା ଉପରେ ମଧ୍ୟ ରୋକ ଲାଗିବ। ଏମିତି ଅନେକ ନିୟମ ବିତ୍ତ ମନ୍ତ୍ରାଳୟ ପକ୍ଷରୁ ଲାଗୁ ହେବାର ଅଛି। ଚେକ ବାଉନ୍ସର ଅନେକ ମାମଲା ବଢ଼ୁଥିବା କାରଣରୁ ମନ୍ତ୍ରାଳୟ ନିକଟରେ ହୋଇଥିବା ବୈଠକରେ ସୂଚନା ଦେଇଛନ୍ତି। ଏହାସହିତ ଅନ୍ୟାନ୍ୟ ପ୍ରସ୍ତାବ ମଧ୍ୟ ରଖାଯାଇଛି।

ପ୍ରକୃତରେ ଚେକ ବାଉନ୍ସ ମାମଲା ବୃଦ୍ଧି ହେତୁ ଏହା କାନୁନ ପ୍ରଣାଳୀ ଉପରେ ଭାରି ପଡ଼ୁଛି। ତେଣୁ ଏମିତି କିଛି ନିଷ୍ପତ୍ତି ନିଆଯାଇଛି। ଏମିତିରେ ଅନେକ ମାତ୍ରାରେ ଆଇନ ପ୍ରକ୍ରିୟା ପୂର୍ବରୁ ଯୋଜନା ଲାଗୁ ହେବ। ଏମିତିରେ ଚେକ ଜାରି କରିଥିବା ବ୍ୟକ୍ତି ଙ୍କ ଖାତାରେ ପର୍ଯ୍ୟାପ୍ତ ଟଙ୍କା ନଥିବ ତେବେ ତାର ଦ୍ୱିତୀୟ ଆକାଉଣ୍ଟରୁ ଟଙ୍କା କଟିଯିବ।

ସୂଚନା ଅନୁସାରେ ଅନ୍ୟ ନିଷ୍ପତ୍ତିରେ ଚେକ୍‌ ବାଉନ୍ସ ହେଲେ ମାମଲାକୁ କରଜ ସୂଝିବା ଆକାରରେ ନିଆଯିବ। ଏହାର ସୂଚନା ଋଣ ସୂଚନା କମ୍ପାନୀ କୁ ଦେବାକୁ ହେବ। ଏହାପରେ ଚେକ ଜାରି କରିଥିବା ବ୍ୟକ୍ତିଙ୍କର କ୍ରେଡ଼ିଟ ସ୍କୋର କମାଇ ଦିଆଯିବ। ଏହାପୂର୍ବରୁ ଆଇନତଃ ରାୟ ନିଆଯିବ।

ବିତ୍ତ ମନ୍ତ୍ରାଳୟ ଯଦି ଏହି ଯୋଜନାକୁ କାର୍ଯ୍ୟକାରୀ କରନ୍ତି ତେବେ ବ୍ୟକ୍ତିଙ୍କୁ ଚେକ୍‌ ର ଭୁଗତାନ କରିବା ବାଧ୍ୟ ହେବ। ଏହାସହିତ ମାମଲାକୁ ଅଦାଲତ ପର୍ଯ୍ୟନ୍ତ ନେବାକୁ ପଡ଼ିବ ନାହିଁ। ଚେକ ଜାରି କରିବା ପରେ ବାଲାନ୍ସ ନଥିଲେ ଅନ୍ୟ ଖାତାରୁ ଟଙ୍କା କଟିବ । ମନେ ରଖନ୍ତୁ ଚେକ ବାଉନ୍ସ ହେଲେ ଅଦାଲତରେ ମାମଲା ଦାୟର କରାଯାଇପାରିବ । ଏହା ଏକ ଦଣ୍ଡନୀୟ ଅପରାଧ ,ଏମିତିରେ ରାଶି ଠୁ ଦୁଇଗୁଣା ଜରିମାନା କିମ୍ବା ଦୁଇବର୍ଷ ପର୍ଯ୍ୟନ୍ତ ଜେଲ ଅଥବା ଦୁଇଟି ଦଣ୍ଡ ଏକାସହିତ ମିିଳିପାରେ। ତେଣୁ ସଜାଗ ରୁହନ୍ତୁ। ତେଣୁ ନିୟମକୁ ମାନି ଚେକ ର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.