କେଉଁ ସ୍ଥାନରେ ବ୍ଯବହାର ହୋଇଛି ଆପଣଙ୍କ ଆଧାରକାର୍ଡ଼ , ଏପରି ଚୁଟକିରେ ଜାଣନ୍ତୁ

ଦେଶରେ ପ୍ରାୟ ସମସ୍ତ ବ୍ଯକ୍ତି ଆଇଡ଼ିକାର୍ଡ଼ ଭାବେ ଆଧାରକାର୍ଡ଼ର ବ୍ଯବହାର କରୁଛନ୍ତି। ସାଧାରଣ ଲୋକ ଟ୍ରେନ୍ ଯାତ୍ରା ରୁ ଆରମ୍ଭ କରି ସରକାରୀ ସ୍କିମ୍ ପର୍ଯ୍ଯନ୍ତ ସବୁଥିରେ ଆଧାରକାର୍ଡ଼କୁ ବ୍ଯବହାର କରୁଛନ୍ତି। ତେବେ ଆଧାରକାର୍ଡ଼ ବ୍ଯବହାର କରିବା ପରେ କେବେ ଆମ ମନରେ କଥା ମଧ୍ୟ ଆସିନଥାଏ କି, ତାହା କେଉଁ ସ୍ଥାନରେ ବ୍ଯବହାର କରିଛନ୍ତି । ଯାହାଫଳରେ ତାହାର କିଛି ଭୁଲ ବ୍ଯବହାର ହେବାର ମଧ୍ୟ ସମ୍ବାବନା ରହିଥାଏ। ଆଜି ଆମେ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହାଫଳରେ ଆପଣ କେଉଁ କେଉଁ ସ୍ଥାନରେ ଏବଂ କେବେ ଆପଣଙ୍କ ଆଧାରକାର୍ଡ଼ ବ୍ଯବହାର ହୋଇଛି ତାହା ଚୁଟକିରେ ଜାଣିପାରିବେ।
UIDAI ଆଧାରକୁ ସୁରକ୍ଷିତ କରିବା ପାଇଁ ଏହାର ବ୍ଯବହାର କେଉଁ ସ୍ଥାନରେ ଏବଂ କେଉଁ ସମୟରେ ହୋଇଛି ତାହାର ସୂଚନା ପ୍ରଦାନ କରିଥାଏ। ତେବେ ଆପଣ ଏହି ସହଜ ଏବଂ ସରଳ ଉପାୟକୁ ଅବଲମ୍ବନ କରି ତାହା ବିଷୟରେ ଜାଣିପାରିବେ।
ସର୍ବପ୍ରଥମେ ଆଧାର ଅଥଣ୍ଟିକେସନ୍ ହିଷ୍ଟ୍ରୀ (Aadhaar Authentication History) ପେଜରେ କ୍ଲିକ୍ କରନ୍ତୁ। ଏହାପରେ ସେଠାରେ ଥିବା କ୍ଳିକ୍ କରନ୍ତୁ। ସେଠରେ ହିଷ୍ଟ୍ରୀ / History ଲେଖାଥିବ, ସେଠାରେ କ୍ଳିକ୍ କରନ୍ତୁ।
-ଏହାପରେ ଆଧାର ନମ୍ବର ସହ ସିକ୍ଯୁରିଟି କୋଡ଼ ପକାନ୍ତୁ।
-ଏହାପରେ ଆପଣଙ୍କ ରେଜିଷ୍ଟରର୍ଡ଼ ମୋବାଇଲ ନମ୍ବରକୁ ଏକ ଓଟିପି ଯିବ।
-ଓଟିପି ପକାଇବା ପରେ, ଆପଣ କେଉଁ ସମୟ ସୀମା ମଧ୍ୟର ତଥ୍ଯ ଜାଣିବାକୁ ଚାହଁଛନ୍ତି ତାହା ଭର୍ତ୍ତି କରିବାକୁ ପଡ଼ିବ।
– ଏହାପରେ କେଉଁ ସ୍ଥାନରେ, କେବେ, କେଉଁ କାରଣ ପାଇଁ ଆପଣଙ୍କ ଆଧାରର ବ୍ଯବହାର କରାଯାଇଛି ତାହାର ସଂପୂର୍ଣ୍ଣ ତଥ୍ଯ ପଳାଇଆସିବ।
– ଯଦି ଆପଣଙ୍କୁ ଆଧାର ବ୍ଯବହାର ନେଇ କୌଣସି ଭୁଲ ବିବରଣୀ ମିଳୁଛି ତେବେ ସେନେଇ ଆପଣ ଅଭିଯୋଗ କରିପରିବେ । ତଥା ସେହି ସ୍ଥାନରେ ନିଜ ଆଧାର ବିବରଣୀକୁ ଅନଲାଇନ୍ ଲକ୍ ମଧ୍ୟ କରିପାରିବେ।