ସ୍ୱାମୀ ସାଜିଲା ସୈତାନ, ସ୍ତ୍ରୀକୁ ପଥରରେ ଛେଚି ନିର୍ମମ ଭାବରେ କଲା ହତ୍ୟା

ବାରିପଦା(କେନ୍ଯୁଜ୍) : ସାତ ଜନମର ସାଥୀ ସାଜିଲା ସୈତାନ । ସ୍ତ୍ରୀକୁ ପଥରରେ ଛେଚି ନିର୍ମମ ଭାବରେ ହତ୍ୟା କରିଛି ସ୍ୱାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଶୁନଗଡିଆ ଅଞ୍ଚଳରେ । ମୃତକଙ୍କ ନାଁ ସଙ୍ଗୀତା ବୈଠା । ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ଶକ୍ତିପଦ ବୈଠାକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ । ଗତକାଲି ରାତିରେ କୌଣସି କାରଣକୁ କେନ୍ଦ୍ର କରି ସଙ୍ଗୀତା ଓ ଶକ୍ତିପଦଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଙ୍ଗୀତାଙ୍କୁ ପଥରରେ ଛେଚି ମାରି ଦେଇଥିଲା ଶକ୍ତିପଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.