Below header

Redmi Go : ସାଓମୀର ସବୁଠାରୁ ଶସ୍ତା ଫୋନ ଆଜି ହେବାକୁ ଯାଉଛି ଲଞ୍ଚ

ନୂଆଦିଲ୍ଲୀ : ଚାଇନା ସ୍ମାର୍ଟଫୋନ କମ୍ପାନି ସାଓମୀ ଆଜି ଭାରତ ବଜାରରେ ଏହାର ନୂଆ ଫୋନ Redmi Go ଲଞ୍ଚ କରିବାକୁ ଯାଉଛି। Android Go ରେ ଚାଲିବାକୁ ଥିବା ଏହା ସାଓମୀର ପ୍ରଥମ ଫୋନ ଅଟେ। ତେବେ ଏପରି କୁହାଯାଉଛି କି Redmi Go ସାଓମୀର ସବୁଠାରୁ ଶସ୍ତା ଫୋନ ହୋଇପାରେ। ଏହାକୁ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଇଭେଣ୍ଟରେ ଲଞ୍ଚ କରାଯିବ।

redmi

ଏହି ସ୍ମାର୍ଟଫୋନର ଡିସପ୍ଳେ ୫ ଇଞ୍ଚ ରହିଥିବା ବେଳେ ଏଥିରେ କ୍ବାଲକମ୍ ସ୍ନାପଡ୍ରାଗନ୍ ପ୍ରୋସେସର ରହିବ। ଏହାକୁ ୧/୮ ଜିବି ଷ୍ଟୋରେଜ ସହ ଲ୍ଞ୍ଚ କରାଯାଇପାରେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଲଞ୍ଚ ପରେ ଆପଣ ଏହି ମୋବାଇଲକୁ ଫ୍ଳିପକାର୍ଟ ସପିଂ ସାଇଟରୁ କିଣି ପାରିବେ।

ସାଓମିର Redmi Go ଫୋନକୁ ପୂର୍ବରୁ ଫିଲିପିନ୍ସରେ ଲଞ୍ଚ କରାଯାଇ ସାରିଛି। ସେଠାରେ ଏହି ସ୍ମାର୍ଟଫୋନର ମୁଲ୍ୟ ୩,୯୯୦PHP ଅର୍ଥାତ୍ ୫,୨୦୦ଟଙ୍କା ରହିଛି। ତେବେ ଭାରତରେ ଏହାକୁ ୫୦୦୦ରୁ କମ ମୂଲ୍ୟରେ ଲଞ୍ଚ କରାଯାଇପାରେ ବୋଲି କୁହାଯାଉଛି। କୁହାଯାଉଛି କି Redmi Go ଫୋନ୍ Redmi 6Aରୁ ମଧ୍ୟ ଶସ୍ତା ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.