Below header

ଆପଣ ବି ବୁକ କରିପାରିବେ ସମ୍ପୂର୍ଣ୍ଣ ଟ୍ରେନ, ବାସ ଖାଲି ଜାଣିରଖନ୍ତୁ ପ୍ରକ୍ରିୟା

ଭାରତରେ ଭାରତୀୟ ରେଳକୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ବିଶ୍ୱର ପ୍ରାୟ ପ୍ରତିଟି ପ୍ରାନ୍ତରେ ଭରତୀୟ ରେଳର ଏକ ଭିନ୍ନ ପରିଚୟ ରହିଛି । ଏମିତିକି ଯେଉଁ ଗାଁକୁ ପକ୍କା ସଡକ ଟିଏ ନାହିଁ ସେଠି ବି ଭାରତୀୟ ରେଳ ନିଜ ପ୍ରଭାବ ବିସ୍ତାର କରିପାରିଛି । ସେ ଗରିବ ହୁଅନ୍ତୁ ଅବା ଧନୀ ସମସ୍ତେ ନିଜ ସୁବିଧା ଅନୁଯାୟୀ ଟିକଟ ବୁକ କରାଇଥାନ୍ତି । ଏଥିରେ ଜେନେରାଲ ବଗି ଠାରୁ ଆରମ୍ଭ କରି ଏସି କୋଚ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସୁବିଧା ଦିଆଯାଇଛି । ଆପଣ ବି ଅନେକ ଥର ଯାତ୍ରା ପାଇଁ ଟିକଟ କାଟିବା ପାଇଁ ଅନଲାଇନ କିମ୍ବା କାଉଣ୍ଟରରୁ ଅନେକ ଥର ଟିକଟ ବୁକିଂ କରିଥିବେ । କିନ୍ତୁ ଆପଣ କଣ ଜାଣନ୍ତିକି ଭାରତୀୟ ରେଳ ନିଜ ଦେଶର ଲୋକମାନଙ୍କୁ ପୁରା ଟ୍ରେନ ବୁକିଙ୍ଗ କରିବାକୁ ବି ସୁଯୋଗ ଦେଇଥାଏ ।

ହଁ ଆପଣ ଠିକ ଶୁଣିଛନ୍ତି ଓ ଠିକ ବି ପଢ଼ିଛନ୍ତି । ଯଦି ଜଣେ ଚାହିଁବେ ତେବେ ପୁରା ଟ୍ରେନ ବୁକିଙ୍ଗ କରିପାରିବେ । ଅର୍ଥାତ ବ୍ୟକ୍ତି ଜଣଙ୍କ ଟ୍ରେନରେ କେବଳ ନିଜ ପରିବାର କିମ୍ବା ବନ୍ଧୁ ପରିଜନଙ୍କ ସହ ଯାତ୍ରା କରିପାରିବେ । କିନ୍ତୁ ଏଥିପାଇଁ ବୁକିଙ୍ଗ ପ୍ରକ୍ରିୟା ଟିକେ ଭିନ୍ନ ରହିଛି । ଏଥିରେ ଆପଣ ସାଧାରଣ ତରିକାରେ ବୁକିଙ୍ଗ କରିପାରିବେ ନାହିଁ । କିମ୍ବା ଅନଲାଇନ ବୁକ ବି କରିପାରିବେ ନାହିଁ । ଏଥିପାଇଁ ରେଳ ବିଭାଗ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଯାହା ଜରିଆରେ ଆପଣ ସମ୍ପୂର୍ଣ୍ଣ ଟ୍ରେନ ବୁକିଂ କରିପାରିବେ | ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

train ticket
image credit: Santorini Dave

 

ଏମିତି କରିପାରିବେ ବୁକିଙ୍ଗ:

ଯେମିତିକି ଆମେ ଆଗରୁ କହିଛୁ ପୁରା ଟ୍ରେନର ବୁକିଙ୍ଗ କାଉଣ୍ଟର କିମ୍ବା ଅନଲାଇନ ଜରିଆରେ କରିହେବ ନାହିଁ । ଏଥିପାଇଁ ଆପଣଙ୍କୁ ନିକଟସ୍ଥ ରେଳ ଷ୍ଟେସନକୁ ଯିବାକୁ ପଡିବ । ସେଠାରେ ଷ୍ଟେସନ ମାଷ୍ଟରଙ୍କ ସହ କଥା ହେବା ପରେ ଆପଣଙ୍କୁ ୫୦ ହଜାର ଟଙ୍କା ଜମା କରିବାକୁ ପଡିବ । ପୁରା ଟ୍ରେନ ବୁକ କରିବା ପାଇଁ ଆପଣଙ୍କୁ ଅତି କମରେ ୧୮ଟି ବଗି ବୁକ କରିବାକୁ ପଡିବ । ଏହା ପରେ ଟ୍ରେନ ବୁକିଙ୍ଗ ପାଇଁ ଆପଣଙ୍କୁ ୯ ଲକ୍ଷ ଟଙ୍କା ରେଜିଷ୍ଟ୍ରେସନ ତଥା ସିକ୍ୟୁରିଟି ବାବଦରେ ଦେବାକୁ ହେବ । ଯଦି ଆପଣଙ୍କ ଯାତ୍ରା ସାତରୁ ଅଧିକ ଦିନ ପାଇଁ ହୋଇଥିବ ତେବେ ଆପଣଙ୍କୁ ପ୍ରତି ଟି ବଗି ପାଇଁ ୧୦ ହଜାର ଟଙ୍କା ଦାଖଲ କରିବାକୁ ହେବ । ଏହା ବ୍ୟତୀତ ଆପଣଙ୍କୁ ରେଲ୍ୱେ ସର୍ଭିସ ଚାର୍ଜ, ସୁରକ୍ଷା ଚାର୍ଜ ଆଦି ବି ଭରିବାକୁ ପଡିବ । ଟ୍ରେନ ବୁକିଂ ପାଇଁ ପ୍ରଥମେ ଟଙ୍କା ଜମା କରିବାକୁ ପଡିବ । ଏହା ପରେ ବି ଆପଣଙ୍କ ବୁକିଙ୍ଗ କନଫର୍ମ ହେବ ନାହିଁ । ଟିକଟ କନଫର୍ମ କରିବା ପାଇଁ ଆପଣଙ୍କୁ ଚିଫ ପ୍ୟାସେଞ୍ଜର ଟ୍ରାନ୍ସପୋର୍ଟେସନ ମେନେଜନଙ୍କୁ ଏକ ଆପ୍ଲିକେସନ ଦେବାକୁ ହେବ । ଏହି ଆବେଦନ ଆପଣଙ୍କୁ ଗୋଟେ ମାସ ପୂର୍ବରୁ କରିବାକୁ ହେବ । ଏହା ପରେ ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଆପଣଙ୍କୁ ଫାଇନାଲ ପ୍ରୋଗ୍ରାମର ଏକ କପି ମୁଖ୍ୟ ଯାତ୍ରା ପରିବହନ ପ୍ରବନ୍ଧକ କାର୍ଯ୍ୟାଳୟରୁ ନେବାକୁ ପଡିବ | ଏହା ପରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ଡିଟେଲ ଦେବାକୁ ହେବ । ଯାହାଦ୍ୱାରା ୪୮ ଘଣ୍ଟା ପୂର୍ବରୁ ରେଳ ବିଭାଗ ସମସ୍ତଙ୍କ ପାଇଁ ଟିକଟ ବନେଇ ପାରିବେ । ଆଉ ଏହା ପରେ ଆପଣଙ୍କ ଟିକଟ ବୁକିଙ୍ଗ ଶେଷ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.