ଅଧାରେ ଝୁଲିକି ରହିଲା ନିଷ୍ପତ୍ତି: ଆଶଙ୍କାରେ ଲିଙ୍ଗରାଜ ମନ୍ଦିରରେ ଦେବ ବିବାହ ନୀତି

ଭୁବନେଶ୍ବର(କେନ୍ୟୁଜ୍): ସରିଲା ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗଙ୍କ ବୈଠକ। ସହଯୋଗ କଲେନି ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ। ଅଧାରେ ଝୁଲିକି ରହିଲା ନିଷ୍ପତ୍ତି। ଆଶଙ୍କାରେ ଦେବ ବିବାହ। ସେପଟେ ୨୦୧୫ ବିବାଦକୁ ପଛରେ ପକାଇ ମଲିଆ ଓ ଖୁଣ୍ଟିଆ ସେବାୟତ ବାବା କପିଳଦେବଙ୍କୁ ଲିଙ୍ଗରାଜ ମନ୍ଦିର ଆଣିବା ପାଇଁ ରାଜି ହୋଇଥିବା ବେଳେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ କପିଳ ଦେବଙ୍କୁ ଗ୍ରହଣ କରିବାକୁ ଅରାଜି।

ସେମାନଙ୍କ ଅଭିଯୋଗ ଦୀର୍ଘ ବର୍ଷ ହେବ ମଲିଆ ନିଯୋଗ ପୂଜା କରି ଆସୁଥିଲେ । ବାବା କପିଳଦେବ ମାରା ହୋଇଛନ୍ତି । ଯଦି ଖୁଣ୍ଟିଆ ନିଯୋଗ ଆଜି ବାବାଙ୍କ ରୀତିନୀତି କରି ଲିଙ୍ଗରାଜ ମନ୍ଦିର ଆଣିବେ ତାହାଲେ ଦେବ ବିବାହ ହୋଇପାରିବ ନହେଲେ ବିବାହ ହୋଇପାରିବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.