ଆଶ୍ଚର୍ଯ୍ୟ : ଭାରତର ଏମିତି ସ୍ଥାନ ଯେଉଁଠି ମାଟି ତଳେ ରହିଛି ଅଧିକ ଚୁମ୍ବକୀୟ ଗୁଣ

ଭାରତ ପୁରା ବିଶ୍ୱରେ ଏପରି ଏକ ଭୁଖଣ୍ଡ ଯେଉଁଠି ବହୁ ଆଶ୍ଚର୍ଯ୍ୟଜନକ କଥା ଦେଖିବାକୁ ମିଳେ । ଊତ୍ତାଖଣ୍ଡର ଅଲମୋଡା ଜିଲ୍ଳାରେ କସାର ଦେବୀ ମନ୍ଦିର ରହିଛି । ଏଠାରେ ଏହାର ଚୁମ୍ବକୀୟ ବିଶେଷତା ପାଇଁ ପୁରା ବିଶ୍ୱରେ ଚର୍ଚ୍ଚିତ । ହେଲେ ବୈଜ୍ଞାନିକ ଦୃଷ୍ଟିରେ ଏହାକୁ କେବେ ମହତ୍ୱ ଦିଆଯାଇନାହିଁ । ଏହା ଏକ ଅଦ୍ୱିତୀୟ ଓ ଚୁମ୍ବକୀୟ ଶକ୍ତିର କେନ୍ଦ୍ର ଯାହାର ଚୁମ୍ବକୀୟ ପ୍ରଭାବକୁ ନାସା ମଧ୍ୟ ମାନ୍ୟତା ଦେଇଛି । ପୃଥିବୀର ଏହି ବିଲକ୍ଷଣ ଚୁମ୍ବକୀୟ ପ୍ରଭାବକୁ କେବଳ ୩ ସ୍ଥାନରେ ଦେଖିବାକୁ ମିଳେ । ଏଥିରେ କସାର ଦେବୀ ମନ୍ଦିର ଅନ୍ୟତମ ।

ଏଠାକୁ ବହୁ ପ୍ରଖ୍ୟାତ ଲୋକ ଆସିଛନ୍ତି

କସାର ମନ୍ଦିରର ଏହି ମହତ୍ୱ ନେଇ ଅଲଗା ଇତିହାସ ରହିଛି । ଏଠାରେ ସ୍ୱାମୀ ବିବେକାନନ୍ଦ, ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋର, ତିବତ ବୌଦ୍ଧ ଗୁରୁ ଲାମା ଅଂଗାରିକା ଗୋବିନ୍ଦା, ପଶ୍ଚିମ ବୌଦ୍ଧ ଶିକ୍ଷକ ରବର୍ଟ ଥୁରୁମେନ ମଧ୍ୟ ଏଠାରେ ପହଞ୍ଚିଛନ୍ତି । ଏହାଛଡ଼ା ଡି ଏସ୍‌ ଲରେନ୍ସ, କେଟ୍‌ ଷ୍ଟିଓନ୍ସ, ବବ୍‌ ଡିଲାନ, ଜର୍ଜ ହେରିସ, ଡେନମାର୍କର କେ ଏଲଫ୍ରଡ୍‌ ସୋରେନ୍ସ ଭଳି ବହୁତ ବଡ଼ ଲୋକମାନେ ଏଠାକୁ ଆସିଛନ୍ତି । ମୂଳ ମନ୍ଦିର ଦ୍ୱିତୀୟ ଶତାବ୍ଦିରେ ନିର୍ମାଣ କରାଯାଇଥିଲା ଯାହା ଏକ ଗୁମ୍ଫାକୁ କାଟି କରି ନିର୍ମାଣ କରାଯାଇଥିଲା । ଆଜି ଯେଉଁ ମନ୍ଦିର ଦେଖାଯାଉଛି ତାହା ୧୯୪୮ ମସିହାରେ ନିର୍ମାଣ ହୋଇଥିଲା ।

kasar,temple
photo credit : hindi.news18.com

ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ସମ୍ପର୍କ

ଏହି ମନ୍ଦିର ବୈଜ୍ଞାନିକ ଦୃଷ୍ଟି କୋଣରୁ ବହୁତ ରୋଚକ ଯାହାର ସମ୍ପର୍କ ପୃଥିବୀ ବାହାରେ ରହିଥିବା ଚୁମ୍ବକୀୟ ମଣ୍ଡଳ ସହ ଜଡିତ । ଏମାନେ ବହୁ ମାତ୍ରାରେ ଶକ୍ତିଶାଳୀ । ଯାହାକୁ ବେନ ଏଲନ ରେଡିଏସନ ବେଲ୍ଟ କୁହାଯାଏ । ଏହାର ଅଧିକାଂଶ କଣିକା ସୂର୍ଯ୍ୟ ଠାରୁ ପୃଥିବୀ ଆଡକୁ ଆସୁଛି ।

ନାସା ବି ଏହାକୁ ବିଶେଷ ବୋଲି କହିଛି

ନାସା ଏହାର ଅଧ୍ୟୟନ ପରେ କହିଛି ଯେ କସାର ଦେବୀଙ୍କ ମନ୍ଦିରର ଚୁମ୍ବକୀୟ କ୍ଷେତ୍ର ଅତିବିଶେଷ ଅଟେ । ପୃଥିବୀର ଚୁମ୍ବକୀୟ କ୍ଷେତ୍ରର ବିଶେଷତ୍ୱ ଯେ ଏହା ସୌର ପବନକୁ ରୋକି ଦେଇଥାଏ । ଏହି ଶକ୍ତିଶାଳୀ କଣିକା ବିସ୍ଫୁରିତ ହେବା ପରେ ବାୟୁମଣ୍ଡଳକୁ ନଷ୍ଟ ହେବାରୁ ରକ୍ଷା କରିଥାଏ । ଏହି କ୍ଷେତ୍ରର ନାମ ଏହାକୁ ଆବିଷ୍କାର କରିଥିବା ଜେନ୍ସ ବେନ ଏଲନ ନାମରେ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.