Below header

କଣ ପ୍ରଭୁ ଲିଙ୍ଗରାଜଙ୍କର ବାହାଘର ହୋଇ ପାରିବନି ? ହେଲା ନାହିଁ ବିବାଦର ସମାଧାନ

ଭୁବନେଶ୍ୱର (କେନ୍ୟୁଜ୍‌) : ସରିଲା ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ ବୈଠକ । ହେଲେ ସମାଧାନ ହୋଇ ପାରିଲାନି । କାରଣ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ, ସହଯୋଗ କରିବେନି ବୋଲି ସଫା କହିଦେଲେ । ଅଧାରେ ଝୁଲିକି ରହିଲା ନିଷ୍ପତ୍ତି । ତେଣୁ ଦେବ ବିବାହ ହେବକି ନାହିଁ ଆଶଙ୍କା ଭିତରେ ରହିଛି।

ସେପଟେ ୨୦୧୫ ବିବାଦକୁ ପଛରେ ପକାଇ ମଲିଆ ଓ ଖୁଣ୍ଟିଆ ସେବାୟତ ବାବା କପିଳ ଦେବଙ୍କୁ ଲିଙ୍ଗରାଜ ମନ୍ଦିର ଆଣିବା ପାଇଁ ରାଜି ହେଇଛନ୍ତି । ତେବେ ବ୍ରାହ୍ମଣ ନିଯୋଗ ଓ ପୂଜା ପଣ୍ଡା ନିଯୋଗ କପିଳ ଦେବଙ୍କୁ ଗ୍ରହଣ କରିବାକୁ ଅରାଜି ଅଛନ୍ତି । ସେମାନଙ୍କ ଅଭିଯୋଗ ଦୀର୍ଘ ବର୍ଷ ହେବ ମଲିଆ ନିଯୋଗ ପୂଜା କରି ଆସୁଥିଲେ ତେଣୁ ବାବା କପିଳଦେବ ମାରା ହୋଇଛନ୍ତି ଯଦି ଖୁଣ୍ଟିଆ ନିଯୋଗ ଆଜି ବାବାଙ୍କ ରୀତିନୀତି କରି ଲିଙ୍ଗରାଜ ମନ୍ଦିର ଆଣିବେ ତାହାଲେ ଦେବ ବିବାହ ହୋଇପାରିବ ନହେଲେ ବିବାହ ହୋଇ ପାରିବ ନାହିଁ ।

ଏପଟେ ମନ୍ଦିରର ବରିଷ୍ଠ ପ୍ରଶାସନିକ ଅଧିକାରୀ ଅବନୀକାନ୍ତ ପଟନାୟକ ନିଜ ପଦରୁ ଇସ୍ତଫା ଦେଇଥିବାର ସୂଚନା ମିଳିଛି । ସେ ତାଙ୍କ ଇସ୍ତଫା ପତ୍ର ମନ୍ଦିର ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଦୀର୍ଘ ବର୍ଷ ଧରି ସେ ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ଥିଲେ । ତେବେ ତାଙ୍କ ଇସ୍ତଫାର କାରଣ ସ୍ପଷ୍ଟ ହୋଇନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.