LICର ଏହି ପଲିସୀରେ ଆପଣଙ୍କୁ ମିଳିବ ୨୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଅର୍ଥରାଶି, ପ୍ରତିଦିନ ଜମା କରିବାକୁ ପଡିବ ମାତ୍ର ୧୬୦ ଟଙ୍କା

ଜାଣନ୍ତିକି, ଯଦି ଆପଣ “ଜୀବନ ବୀମା ନିଗମ ଅଧୀନ” ବା ଏଲଆଇସିରେ ଦୈନିକ ସ୍ୱଳ୍ପ ପରିମାଣର ଅର୍ଥ ରାଶି ନିବେଶ କରି ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ରାଶି ପାଇ ପାରିବେ । ଆଉ ସବୁଠୁ ଭଲ କଥା ହେଉଛିକି, ଆପଣ କମ ନିବେଶ କରି ବି ପଲିସୀ ମାଚ୍ୟୁରୀଟି ଉପରେ ଏକ ବଡ ପରିମାଣର ଅର୍ଥ ରାଶି ପାଇପାରିବେ । ପ୍ରକୃତରେ ଏଲଆଇସି ମନି ବ୍ୟାକ ପଲିସୀରେ ଦୁଇ ପ୍ରକାରର ମାଚ୍ୟୁରିଟି ପିରିୟଡ଼ର ସୁବିଧା ମିଳିଥାଏ । ଏଥିରେ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତି ୨୦ ବର୍ଷ ଅଥବା ୨୫ ବର୍ଷ ଅବଧି ମଧ୍ୟରୁ କୌଣସି ଗୋଟିଏକୁ ବାଛି ସେଥିରେ ନିବେଶ କରିପାରିବେ । ଏହି ପଲିସୀ ଗୁଡିକୁ ସମ୍ପୂର୍ଣ୍ଣ ରୂପେ ଟ୍ୟାକ୍ସ ଫ୍ରି ରଖାଯାଇଛି ।

lic

ଏହା ସହ ସୁଧ, ପ୍ରିମିୟମ, ମାଚ୍ୟୁରିଟି ଉପରେ ମିଳିବାକୁ ଥିବା ଅର୍ଥରାଶିକୁ ସମ୍ପୂର୍ଣ୍ଣ ଭାବେ କରମୁକ୍ତ ରଖାଯାଇଛି । କହି ରଖିବା ଉଚିତ ହେବକି, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ୧୬୦ ଟଙ୍କା ନିବେଶ କଲେ କୌଣସି ବି ପଲିସୀ ଧାରକଙ୍କୁ ମାଚ୍ୟୁରିଟି ପରେ ୨୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଅର୍ଥ ମିଳିପାରିବ । ଦେଶର ଜଣେ ଜଣାଶୁଣା ଅର୍ଥନୀତି ବିଶାରଦଙ୍କ ଅନୁଯାୟୀ, ଏହି ପଲିସିରେ ନିବେଶକାରୀଙ୍କୁ ପ୍ରତି ପାଞ୍ଚ ବର୍ଷରେ ୧୫ ରୁ ୨୦ ପ୍ରତିଶତ ଅର୍ଥରାଶି ଫେରସ୍ତ ମିଳିଥାଏ । କିନ୍ତୁ ପ୍ରିମିୟମ ପରିମାଣର ୧୦ ପ୍ରତିଶତ ଅର୍ଥ ରାଶି ଜମା ହୋଇଗଲେ ହିଁ ଏହି ରାଶି ମିଳିଥାଏ | ଏହା ସହ ନିବେଶକାରୀଙ୍କୁ ମାଚ୍ୟୁରିଟି ହେଲେ ବୋନସ ବି ମିଳିଥାଏ ।

ଏହି ପଲିସୀରେ ବାର୍ଷିକ ସର୍ବନିମ୍ନ ଜମାରାଶି ଏକ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସର୍ବାଧିକ ବାର୍ଷିକ ଜମାରାଶିର କୌଣସି ନିର୍ଦ୍ଦିଷ୍ଟ ସୀମା ରଖାଯାଇନାହିଁ । ଏଥିପାଇଁ ସର୍ବନିମ୍ନ ଆୟୁସୀମା ୧୩ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ଆୟୁସୀମା ୫୦ ବର୍ଷ ପର୍ଯ୍ୟନ୍ତ ରଖାଯାଇଛି । ଏଥିପାଇଁ ଟର୍ମ ପ୍ଲାନ ଅବଧି ୨୦ ବର୍ଷ ରଖାଯାଇଛି । ପ୍ରଥମ ବର୍ଷରେ ପ୍ରିମିୟମ ରାଶିରେ ୪.୫ ପ୍ରତିଶତ ଜିଏସଟି ଶୁଳ୍କକୁ ସାମିଲ କରାଯାଇଛି । ବାର୍ଷିକ ପ୍ରିମିୟମ ଅର୍ଥରାଶି ୬୦,୦୨୫ ଟଙ୍କା ରଖାଯାଇଥିବା ବେଳେ ଛ ମାସ ପାଇଁ ୩୦, ୩୨୯ ଟଙ୍କା ରଖାଯାଇଛି ।

ଆପଣଙ୍କୁ କହି ରଖିବା ଉଚିତ ହେବକି, ପ୍ରତି ପାଞ୍ଚ ବର୍ଷରେ ପଲିସୀ ଧାରକଙ୍କୁ ୧.୫୦ ଲକ୍ଷ ପର୍ଯ୍ୟନ୍ତର ଟଙ୍କା ଫେରସ୍ତ ଆକାରରେ ମିଳିବ । ଏହା ସହ ଇନଭେଷ୍ଟର ମାନଙ୍କୁ ବୋନସ ବାବଦରେ ୧୧ ଲକ୍ଷ ଓ ଅତିରିକ୍ତ ବୋନସ ଉପରେ ୨,୨୫,୦୦୦ ଟଙ୍କା ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.