LIC Jeevan Umang Policy: ମାସକୁ ମାତ୍ର ୧୩୦୨ ଟଙ୍କା ଡିପୋଜିଟ କରି ପାଆନ୍ତୁ ୨୮ ଲକ୍ଷ ଟଙ୍କାର ରିଟର୍ଣ୍ଣ

ଯଦି ଆପଣ ଏଲଆଇସିରେ ନିବେଶ କରିବାକୁ ଯୋଜନା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି । ଆଉ ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ନୂଆ ପଲିସୀ ବିଷୟରେ କହିବାକୁ ଚାହୁଁଛୁ ଯେଉଁଥିରେ ନିବେଶ କରି ଆପଣ ଅନେକ ଫାଇଦା ପାଇପାରିବେ । ଏଲଆଇସି ତରଫରୁ ଜାରି ହୋଇଥିବା ଏହି ପଲିସୀର ନାଁ “ଏଲଆଇସି ଜୀବନ ଉମଂଗ ପ୍ଲାନ” ରଖାଯାଇଛି । ଯାହାକି ଏକ ଜୀବନ ବୀମା ପଲିସୀ । ଅନେକ ଦୃଷ୍ଟିରୁ ଏହି ପଲିସୀ ଅନ୍ୟ ପଲିସୀ ଠାରୁ ଭିନ୍ନ । ୯୦ ଦିନରୁ ଆରମ୍ଭ କରି ୫୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଏହାର ଲାଭ ନେଇପାରିବେ । ଆହୁରି ମଧ୍ୟ ଏହା ଏକ ଏଣ୍ଡୋମେଣ୍ଟ ପ୍ଲାନ । ଆହୁରି ମଧ୍ୟ ଆପଣଙ୍କ ଜମା ରାଶି ସହିତ ମାଚ୍ୟୁରିଟି ସମୟରେ ଖୁବ ଅଧିକ ଲାଭ ମଧ୍ୟ ମିଳିପାରିବ । ପ୍ରତି ବର୍ଷ ମାଚ୍ୟୁରିଟି ପରେ ଆପଣଙ୍କ ଆକାଉଣ୍ଟକୁ ଏକ ନିର୍ଦ୍ଧିଷ୍ଟ ରାଶି ଆସିବ । ଅନ୍ୟ ପକ୍ଷରେ ପଲିସୀ ଧାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତଥା ନୋମିନି ଏହାର ଲାଭ ନେଇପାରିବେ । ଏହି ସ୍କିମର ଆଉ ଏକ ଲାଭ ହେଉଛି ଏହି ପ୍ଲାନରେ ପ୍ରାୟ ୧୦୦ ବର୍ଷ ପର୍ଯ୍ୟନ୍ତ କଭରେଜ ମିଳିପାରିବ ।

ସୂଚନା ଦେବା ଉଚିତ ହେବକି, ଯଦି ଆପଣ ମାସକୁ ୧୩୦୨ ଟଙ୍କା ଭରୁଛନ୍ତି ତେବେ ବର୍ଷକୁ ଆପଣଙ୍କୁ ୧୫ ହଜାର ୨୯୮ ଟଙ୍କା ମିଳିବ । ଯଦି ଏହି ପଲିସୀ ୩୦ ବର୍ଷ ପର୍ଯ୍ୟନ୍ତ ଗତି କରୁଛି ତେବେ ୪
.୫୮ ଲକ୍ଷ ଟଙ୍କା ମିଳିବ । କମ୍ପାନୀ ଆପଣଙ୍କୁ ପ୍ରତିବର୍ଷ ୪୦ ହଜାର ଟଙ୍କା ଦେବ । ୩୧ ରୁ ୧୦୦ ବର୍ଷ ଭିତରେ ଆପଣ ୨୭.୬୦ ଲକ୍ଷ ଟଙ୍କା ପାଇପାରିବେ ।

ଏହି ପଲିସି ଅଧୀନରେ ଥିବା ନିୟମ ଅନୁଯାୟୀ ଯଦି ପଲିସୀଧାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ହେଉଛି ଅବା କୌଣସି କାରଣରୁ ଆପଣଙ୍କର କୌଣସି କାରଣରୁ ସେ ଦିବ୍ୟାଙ୍ଗ ହୋଇଯାଉଛନ୍ତି ତେବେ ବି ମିଳିବାକୁ ଥିବା ଟଙ୍କା ବା ରିଟର୍ଣ୍ଣ ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ । କିନ୍ତୁ କମ୍ପାନୀ (ଏଲଆଇସି)ର ଲାଭ କିମ୍ବା କ୍ଷତି ପଲିସୀ ଉପରେ ନିଶ୍ଚିତ ରୂପରେ ପ୍ରଭାବ ପକାଇବ । ଇନକମ ଟ୍ୟାକ୍ସ ଧାରା 80C ଅନୁଯାୟୀ ଏହି ପଲିସୀଧାରୀଙ୍କୁ ଋଣ ଛାଡ କରାଯିବ । ଯଦି କୌଣସି ବ୍ୟକ୍ତି ଜୀବନ ଉମଂଗ ପଲିସିର ଲାଭ ନେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ଅତି କମରେ ୨ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ନେବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.