ପ୍ରତିଦିନ ୯ ଟଙ୍କାରୁ ବି କମ ମୂଲ୍ୟରେ ପାଇପାରିବେ ଫ୍ରି ଡାଟା ସମେତ ଅନଲିମିଟେଡ଼ କଲିଙ୍ଗର ସୁବିଧା, ଜାଣନ୍ତୁ କେମିତି

ଯେବେ ଠାରୁ ଟେଲିକମ ରିଚାର୍ଜ ମହଙ୍ଗା ହେଲାଣି ସେବେ ଠାରୁ ନେଇ ଆଜି ଯାଏଁ ରିଚାର୍ଜ କରିବା ବୋଝ ଭଳି ଲାଗିଲାଣି  । ପ୍ରତି ମାସ ଗ୍ରାହକ ମାନଙ୍କୁ ଅତି କମରେ ୨୫୦ ଟଙ୍କାର ରିଚାର୍ଜ କରାଇବାକୁ ପଡୁଛି  । କିନ୍ତୁ ଭାବନ୍ତୁ ତ ଯଦି ଏହି ମୂଲ୍ୟରେ ଆପଣଙ୍କୁ ଏକ ବର୍ଷ ପର୍ଯ୍ୟନ୍ତର ରିଚାର୍ଜ ମିଳିଯାଏ ତେବେ କଣ ହେବ  । ଆଜି ଆମେ ଆପଣଙ୍କୁ ଜିଓ ପ୍ଲାନ ବିଷୟରେ କହୁଛୁ ସେଥିପାଇଁ ମାସିକ ଖର୍ଚ୍ଚ ଆପଣଙ୍କୁ ୨୪୯
ଟଙ୍କା ଦେବାକୁ ପଡିବ  । ଯେଉଁଥିପାଇଁ ପ୍ରତିଦିନ ଆପଣଙ୍କୁ ମାତ୍ର ୮ ଟଙ୍କା ୩୩ ପଇସା ହିଁ ଖର୍ଚ୍ଚ କରିବାକୁ ପଡିବ  । ଆଉ ଗୋଟିଏ ଥରର ରିଚାର୍ଜରେ ଆପଣଙ୍କୁ ପୁରା ବର୍ଷ ପର୍ଯ୍ୟନ୍ତ ଲାଭ ମିଳିଯିବ  । ଏହି ପ୍ଲାନରେ କେବଳ ଡାଟା କିମ୍ବା କଲିଙ୍ଗ ନୁହେଁ ବରଂ ଗୋଟିଏ ବର୍ଷ ପାଇଁ ମାଗଣା Disney + Hotstar ର ସବସ୍କ୍ରିପସନ ବି ଯୋଗାଇ ଦିଆଯାଉଛି  । ତେବେ ଆସନ୍ତୁ ଜାଣିବା Jioର ବାର୍ଷିକ ରିଚାର୍ଜ ପ୍ଲାନ ବିଷୟରେ  ।

୨,୯୯୯ ଟଙ୍କିଆ ପ୍ଲାନ:

ଜିଓର ଏହି ପ୍ଲାନରେ ୩୬୫ ଦିନ ପର୍ଯ୍ୟନ୍ତର ବୈଧତା ରହିବ  । ଏଥିରେ ପ୍ରତିଦିନ ୟୁଜର ମାନଙ୍କୁ ୨.୫ ଜିବି ପର୍ଯ୍ୟନ୍ତର ଡାଟା ସୁବିଧା ମିଳିଯିବ  । ଭାଲିଡିଟି ସମୟ ସୀମା ଭିତରେ ୯୧୨.୫ ଜିବି ଡାଟା ମିଳିବ  । ଏହା ସହ କୌଣସି ନେଟୱାର୍କକୁ କଲ କଲେ ଅନଲିମିଟେଡ଼ କଳିଙ୍ଗ ସୁବିଧା ମିଳିବ  । ଏହା ସହ ପ୍ରତିଦିନ ୧୦୦ ଏସଏମଏସ ମାଗଣା ମିଳିପାରିବ  । ଖାଲି ସେତିକି ନୁହେଁ ୪୯୯ ଟଙ୍କିଆ ପ୍ଲାନରେ Disney + Hotstarର ସବସ୍କ୍ରିପସନ ବି ମିଳିପାରୁଛି  । ଖାଲି ସେତିକି ନୁହେଁ Jio Tv, Jio Cinema, Jio Security ସହ Jio Cloud ର ସବସ୍କ୍ରିପସନ ବି ଦିଆଯାଉଛି  ।

ପ୍ଲାନର ମୂଲ୍ୟ ୨,୯୯୯ ଟଙ୍କା ଥିବା ବେଳେ ଯଦି ପ୍ରତି ମାସକୁ ଧରାଯାଏ ତେବେ ମାସକୁ ୨୪୯ ଟଙ୍କା ଖର୍ଚ୍ଚ ହେବ  । ଆଉ ଯଦି ୨୪୯କୁ ୩୦ ରେ ଭାଗ କରାଯାଏ ତେବେ ପ୍ରତିଦିନ ୮.୩୩ ଟଙ୍କା ଖର୍ଚ୍ଚ ହେବ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.