ବାଃ ଆମ ବୀର! ମାତ୍ର ୨ ମିନିଟ୍‌ରେ ଜିପ୍‌କୁ ଖୋଲି ପୁଣି ଯୋଡ଼ି ଦେଲେ ବିଏସ୍‌ଏଫ୍‌ ଯବାନ, ଦେଖନ୍ତୁ ଭିଡିଓ

ଦେଶର ସୀମା ସୁରକ୍ଷାରେ ନିୟୋଜିତ ବର୍ଡର ସିକ୍ୟୁରିଟି ଫୋର୍ସ ଅର୍ଥାତ୍‌ ବିଏସ୍‌ଏଫ୍‌ ସବୁବେଳେ ନିଜ ଅଦମ୍ୟ ସାହସ ଓ ବଳିଦାନ ପାଇଁ ଦେଶକୁ ଗର୍ବିତ କରିଥାନ୍ତି। ସବୁବେଳେ ଚ୍ୟାଲେଞ୍ଜପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟ କରି ଦେବା ଭଳି କାମ କରି ଏହି ବୀରମାନେ ସମସ୍ତଙ୍କ ମନ ଜିତିଥାନ୍ତି। ଏବେ ବିଏସ୍‌ଏଫ୍‌ର ଚେତକ ଟିମ୍‌ ଏକ ଡ୍ରିଲ୍‌ରେ କିଛି ସେମିତି କାରନାମା କରିଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଗୁରୁବାର ଦିନ ବିଏସ୍‌ଏଫ୍‌ ପକ୍ଷରୁ ଟ୍ଵିଟରରେ ଏକ ଭିଡିଓ ସେୟାର କରାଯାଇଛି। ଭିଡିଓଟି ବିଏସ୍‌ଏଫ୍‌ର ଏକ କାର୍ଯ୍ୟକ୍ରମର। ଏଥିରେ ବିଏସ୍‌ଏଫ୍‌ର ଚେତକ ଟିମ୍‌ ମାତ୍ର ୨ ମିନିଟ୍‌ରେ ପୂରା ଜିପ୍‌କୁ ଖୋଲି ପୁଣିଥରେ ଯୋଡ଼ି ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବି ଉପସ୍ଥିତ ଥିଲେ। ସେ ଯବାନଙ୍କର ଏହି ବିସ୍ମୟକର କାରନାମା ଦେଖି ତାଳି ବଜାଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:


ବିଏସ୍‌ଏଫ୍‌ର ଚେତକ ଡ୍ରିଲ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଦେଖାଯାଇଛି ଯେ ବିଏସ୍‌ଏଫ୍‌ର ଯବାନ ଜିପ୍‌ରେ ବସି ସେଣ୍ଟ୍ରାଲ ଷ୍ଟେଜ୍‌ ପାଖରେ ପହଞ୍ଚୁଛନ୍ତି। ତାଙ୍କ ସାମ୍ନାରେ ଏକ ହମ୍ପସ୍‌ ପଡ଼ୁଛି। ସେମାନେ ଏହି ହମ୍ପସ ଉପର ଦେଇ ଗାଡ଼ିକୁ ନ ନେଇ ତାହାକୁ ଖୋଲି ଦେଉଛନ୍ତି। ସେମାନେ ମାତ୍ର କିଛି ସେକେଣ୍ଡରେ ଜିପ୍‌ର ଇଞ୍ଜିନ୍‌, ଡୋର୍‌, ପୂରା ସିଟିଂ ବଡିକୁ ଅଲଗା କରି ଦେଉଛନ୍ତି। ତା ପରେ ହମ୍ପସ୍‌ ଆରପଟକୁ ନେଇ ପୁଣିଥରେ ଯୋଡ଼ି ଦେଉଛନ୍ତି। ମାତ୍ର ୨ ମିନିଟ୍‌ରେ ହିଁ ଯବାନ ଏହି କାମ କରୁଛନ୍ତି। ଯାହା ଦେଖି ସେଠାରେ ଉପସ୍ଥିତ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଆଶ୍ଚର୍ଯ୍ୟ ହେବା ସହ ଖୁସି ହୋଇ ତାଳି ମାରୁଛନ୍ତି।

Also Read: ମୁମ୍ବାଇ ପରେ ଏବେ ଗୁଜରାଟରେ କରୋନାର XE ଭ୍ୟାରିଏଣ୍ଟ ରୋଗୀ ଚିହ୍ନଟ, ଜାରି ହେଲା ଆଲର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.