ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀଙ୍କ ସରିଲା ପ୍ରଥମ ପର୍ଯ୍ୟାୟ ମେଡିଏସନ,ଆଲୋଚନା ସକାରାତ୍ମକ ଥିବା କହିଲେ ତପସ୍ୱିନୀ

କଟକ(କେନ୍ୟୁଜ୍):କଟକ ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । ଆଲୋଚନା ସକାରାତ୍ମକ ଥିବା ତପସ୍ୱିନୀ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି ଡାକ୍ତର ସୁମିତ କହିଛନ୍ତି, ଅଦାଲତଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଆସିଥିଲେ । କୋର୍ଟରେ ମାମଲା ବିଚାରାଧୀନ ରହିଛି । ତେଣୁ କଣ ଆଲୋଚନା ହେଲା ପ୍ରକାଶ କରିହେବ ନାହିଁ । ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମଧ୍ୟସ୍ଥତା ହେବ ।

ମଧ୍ୟସ୍ଥତା କେନ୍ଦ୍ରରେ ପାରିବାରିକ ବିବାଦର ଆପୋସ ସମାଧାନ ପାଇଁ ମାର୍ଚ୍ଚ ଗତ ୩୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏପ୍ରିଲ ୧୩ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଡାକ୍ତର ସୁମିତଙ୍କୁ ସରକାରୀ କ୍ୱାର୍ଟର ମିଳିଛି । ସେହି ଘରେ ସୁମିତ ତପସ୍ୱିନୀଙ୍କୁ ନେଇ ରହିବାକୁ ତପସ୍ୱିନୀଙ୍କ ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଛି। ବାହାରେ ଭଡ଼ା ଘର ନେଇ ପତି-ପତ୍ନୀ ରହିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏହାସହ ତଳକୋର୍ଟ ଦେଇଥିବା ନିର୍ଦ୍ଦେଶନାମା ଉପରେ ସ୍ଥଗିତାଦେଶ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.