Below header

ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ, ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଚାଲିଛି ଜୋରଦାର

କେନ୍ୟୁଜ୍: ଲମ୍ବୁଛି ୟୁକ୍ରେନ-ରୁଷ୍‌ ଯୁଦ୍ଧ । ୪୫ ଦିନରେ ଆକ୍ରମଣ ପ୍ରତିଆକ୍ରମଣ ଜୋରଦାର ଚାଲିଛି । ୟୁକ୍ରେନ୍‌ର ପୋଲଟୋଭାରେ ଘନ ଘନ ଏୟାରଷ୍ଟ୍ରାଇକ୍‌ ଓ ମିସାଇଲ୍‌ ମାଡ଼ କରୁଛି ରୁଷ ସେନା । ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି । ଏପଟେ ଖାରକିଭ ଓ ମାରିୟୁପୋଲରେ ଧ୍ୱଂସଲିଳା ପରେ ରୁଷ ସେନା କିଭ ମୁହାଁ ହେବା ୟୁକ୍ରେନ ସାମରିକ ଗୁଇନ୍ଦା ବିଭାଗ ଆଶଙ୍କା କରିଛି । ସେପଟେ ମୁହଁତୋଡ ଜବାବ ବି ଦେଉଛି ୟୁକ୍ରେନ୍‌ ।

ଯୁଦ୍ଧରେ ଏଯାଏ ରୁଷର ୧୯ ହଜାର ୧୦୦ ସୈନ୍ୟ ନିହତ ହୋଇଥିବା ଦାବି କରିଛି । ଧ୍ୱଂସ କରିଛି ୭୦୫ ଟ୍ୟାଙ୍କ । ୧୫୧ ଯୁଦ୍ଧ ବିମାନ, ୧୩୬ ହେଲିକପ୍ଟର, ୧୧୨ୟୁଏଭି, ୧୮୯୫ ଆର୍ମଡ୍‌ ଭେହକିଲ, ୩୩୫ ଆର୍ଟିଲାରୀ ସିଷ୍ଟମ, ୫୫ ଆଣ୍ଟି ଏୟାରକ୍ରାଫ୍ଟ ସିଷ୍ଟମ ନଷ୍ଟ କରିଥିବା ଦାବି କରିଛି ୟୁକ୍ରେନ ସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.