ମହଙ୍ଗା ପଡିଲା ହୋଷ୍ଟଙ୍କୁ ଚାପୁଡା ମାରିବା: ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେନି ଓ୍ଵିଲ୍‌ ସ୍ମିଥ୍‌

ମହଙ୍ଗା ପଡିଲା ହୋଷ୍ଟଙ୍କୁ ଚାପୁଡା ମାରିବା । ୧୦ ବର୍ଷ ପର୍ଯ୍ୟନ୍ତ ଓସ୍କାରର କୌଣସି କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେନି ହଲିଉଡ୍‌ ଅଭିନେତା ଓ୍ଵିଲ୍‌ ସ୍ମିଥ୍‌ । ଓସ୍କାର ପକ୍ଷରୁ ସ୍ମିଥଙ୍କ ଉପରେ ବ୍ୟାନ ଲଗାଯାଇଛି । ଓସ୍କାର କାର୍ଯ୍ୟକ୍ରମ ବେଳେ ମଞ୍ଚରେ କମେଡିଆନ୍‌ କ୍ରିସ ରକ୍‌ଙ୍କୁ ସ୍ମିଥ୍‌ ସର୍ବସମ୍ମୁଖରେ ଚାପୁଡା ମାରିଥିଲେ ।

ସୂଚନା ଥାଉକି, ଚଳିତ ବର୍ଷର ଓସ୍କାର ଆଓ୍ଵାର୍ଡ ଶୋରେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ହୁଏତ ଆପଣ ପୂର୍ବରୁ କେବେ କେହି ଦେଖିନଥିଲେ। ଏହି କାର୍ଯ୍ୟକ୍ରମରେ ହୋଷ୍ଟ କରୁଥିବା କ୍ରିସ ରକଙ୍କୁ ଚାପୁଡ଼ା ମାରିଥିଲେ ଅଭିନେତା ୱିଲ ସ୍ମିଥ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଦର୍ଶକଙ୍କ ପର୍ଯ୍ୟନ୍ତ ଏହି ସିନ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଆଓ୍ଵାର୍ଡ ଶୋରେ ସ୍ମିଥଙ୍କ ପତ୍ନୀଙ୍କୁ ନେଇ କିଛି ମଜାଳିଆ କମେଣ୍ଟ କରିଥିଲେ ରକ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ।

ଫିଲ୍ମ ଜିଆ ଜାନେକୁ ନେଇ ସ୍ମିଥଙ୍କ ପତ୍ନୀ ଜେଡା ପିଙ୍କେଡ ସ୍ମିଥଙ୍କୁ ଥଟ୍ଟା କରିଥିଲେ ରକ । ରକ କହିଥିଲେ ଯେ, ଜେଡାଙ୍କ ମୁଣ୍ଡରେ ଚୁଟି ନଥିବାରୁ ତାଙ୍କୁ ଉକ୍ତ ଫିଲ୍ମରେ କାମ ମିଳିଥିଲା । ଏହି ଫିଲ୍ମରେ ଅଭିନୟ କରିବା ପାଇଁ କେବଳ ଜେଡା ନିଜର ମୁଣ୍ଡର ଚୁଟି କାଟିଥିଲେ ।ରକ୍‌ଙ୍କ ଏପରି ମଜାଳିଆ କମେଣ୍ଟକୁ ସହ୍ୟ କରିପାରିଥିଲେ ସ୍ମିଥ ।

ସେ ତାଙ୍କ ସିଟରୁ ଉଠିଯାଇ ହୋଷ୍ଟ ରକଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ମୋ ପତ୍ନୀଙ୍କ ନାମ ଦ୍ୱିତୀୟ ଥର ନେବ ନାହିଁ ବୋଲି ଚେତାବନୀ ଦେଇଥିଲେ ସ୍ମିଥ । ରକ ମଧ୍ୟ ଏପରି ପୁନର୍ବାର ନ କରିବାକୁ କହିଥିଲେ । ତେବେ ଓସ୍କାରରେ ଏଭଳି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଆଉ ମାତ୍ର କିଛି ମିନିଟ ମଧ୍ୟରେ ସ୍ମିଥ ଓ ରକଙ୍କୁ ନେଇ ଟ୍ୱିଟର ଟ୍ରେଣ୍ଡ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.