Below header

ଏହି ସରଳ ଉପାୟରେ ଘରେ ବସି ତିଆରି କରି ପାରିବେ ଭୋଟର ପରିଚୟ ପତ୍ର; ସପ୍ତାହ ଭିତରେ ମିଳିଯିବ ହୋମ୍‌ ଡେଲିଭରି

ଯେତେବେଳେ ବି ଆପଣ କୌଣସି ସରକାରୀ କିମ୍ବା ବେସରକାରୀ କାର୍ଯ୍ୟ କରାଇବାକୁ ଯାଉଥିବେ, ତ ନିଶ୍ଚତ ଭାବରେ ଆପଣଙ୍କୁ ଅନେକ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ୁଥିବ। ଏମିତିରେ ଲୋକମାନେ ଏହି ଡକ୍ୟୁମେଣ୍ଟଗୁଡ଼ିକୁ ପୂର୍ବରୁ ପ୍ରସ୍ତୁତ କରି ରଖି ଥାଆନ୍ତି। ଯେମିତି କି, ଆଧାର କାର୍ଡ ଆଜିକାଲି ପ୍ରତ୍ୟେକ କାମରେ ଆବଶ୍ୟକ ହେଉଛି, ଯାହାଫଳରେ ଲୋକେ ବର୍ତ୍ତମାନ ଭୋଟର ପରିଚୟ ପତ୍ରକୁ ଭୁଲି ଯାଇଛନ୍ତି। କେବଳ ଭୋଟ୍ ଦେବା ସମୟରେ ହିଁ ଏହାର ଆବଶ୍ୟକତା ଅନୁଭବ ହେଉଛି।

କିନ୍ତୁ ସେପଟେ ଏମିତି ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଛି, ଯେଉଁମାନେ ଏ ପର୍ଯ୍ୟନ୍ତ ସେମାନଙ୍କ ଭୋଟର ପରିଚୟ ପତ୍ର ତିଆରି କରି ନାହାନ୍ତି। ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ଆପଣ ଘରେ ବସି କିପରି ଭାବେ ଅନଲାଇନରେ ଭୋଟର ପରିଚୟ ପତ୍ର ବନାଇ ପାରିବେ ଏବଂ ଏହା ଆପଣଙ୍କ ଠିକଣାରେ ପହଞ୍ଚି ପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ…

ଘରେ ବସି ଏମିତି କରି ପାରିବେ ଭୋଟର ପରିଚୟ ପତ୍ର ପାଇଁ ଆବେଦନ

ଷ୍ଟେପ୍ ୧:

ଯଦି ଆପଣ ଏ ପର୍ଯ୍ୟନ୍ତ ନିଜର ଭୋଟର ID କାର୍ଡ ତିଆରି କରି ନାହାନ୍ତି, ତ ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ ପ୍ରଥମେ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟ୍ https://eci.gov.in/କୁ ଯିବାକୁ ହେବ। ଏଠାରେ ଆପଣ ଭୋଟର ସର୍ଭିସେସ୍‌ ପୋର୍ଟାଲର ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।

ଷ୍ଟେପ୍‌ ୨:

ଏଠାରେ ଆପଣଙ୍କୁ ନୂଆ ଆକାଉଣ୍ଟ୍ ତିଆରି କରିବାର ଅଛି। ଏଥିପାଇଁ ନିଜ ମୋବାଇଲ୍ ନମ୍ବର ଦିଅନ୍ତୁ ଏବଂ ଏହା ଉପରେ ଆସିଥିବା OTPକୁ ବି ଏଠାରେ ଭରି ସବ୍‌ମିଟ କରନ୍ତୁ। ଏହାପରେ ଆପଣଙ୍କୁ ନିଜର ଏକ ପାସୱାର୍ଡ ତିଆରି କରିବାକୁ ପଡିବ, ଯଦ୍ଦ୍ଵାରା ଆପଣଙ୍କ ଆକାଉଣ୍ଟ ତିଆରି ହୋଇଯିବ।

ଷ୍ଟେପ୍‌ ୩:

ଆପଣଙ୍କୁ ଲଗଇନ୍ କରିବାକୁ ହେବ। ଏବେ ଆପଣ ‘ନ୍ୟୁ ଭୋଟର ରେଜିଷ୍ଟ୍ରେସନ’ ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏଠାରେ ଆପଣଙ୍କୁ ନିଜ ନାମ, ଲିଙ୍ଗ, ଘରେ କାହାର ଭୋଟର ପରିଚୟ ପତ୍ର ଅଛି, ଏ ସମସ୍ତ ସୂଚନା ପୂରଣ କରିବାକୁ ପଡିବ।

ଷ୍ଟେପ୍‌ ୪:

ଏଠାରେ ମଗା ଯାଇଥିବା ଦସ୍ତାବିଜ୍‌, ଯଥା ଆବେଦକଙ୍କ ଫଟୋ ଏବଂ ବୟସ ପ୍ରମାଣ ପତ୍ର (ଆଧାର, ପାନ୍ କାର୍ଡ ) ଅପଲୋଡ୍‌ କରନ୍ତୁ। ଏବେ ଆପଣଙ୍କ ଇମେଲକୁ ଆସିଥିବା ଇମେଲ ମାଧ୍ୟମରେ ନିଜର ଷ୍ଟାଟସ୍‌ ଟ୍ରାକ୍‌ କରି ଚାଲନ୍ତୁ। ଏକ ସପ୍ତାହରୁ ଏକ ମାସ ମଧ୍ୟରେ ଆପଣଙ୍କ ଭୋଟର ପରିଚୟ ପତ୍ର ତିଆରି ହୋଇ ଆପଣଙ୍କ ଠିକଣାରେ ପହଞ୍ଚିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.