ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ନମୂନା ସଂଗ୍ରହ ପାଇଁ ଗଠନ ହେଲା ଟିମ୍‌, ୩ଟି ଜୋନ୍‌ ପାଇଁ ଦୁଇଟି ସିଫ୍ଟରେ କରିବେ କାମ

ଭୁବନେଶ୍ୱର: ଭୁବନେଶ୍ୱରରେ ନମୂନା ସଂଗ୍ରହ ପାଇଁ ଗଠନ ହେଲା ଟିମ୍‌ । ବିଏମ୍‌ସି ପକ୍ଷରୁ ଏହି ଟିମ୍‌ ଗଠନ କରାଯାଇଛି । ଭୁବନେଶ୍ୱରର ୩ଟି ଜୋନ୍‌ ପାଇଁ ୧୩ଟି ଟିମ୍‌ ଗଠନ ହୋଇଛି । ଏହି ଟିମ୍‌ ଦୁଇଟି ସିଫ୍ଟରେ କାମ କରିବେ । ଗୋଟିଏ ଟିମ୍‌ ସକାଳ ୮ଟାରୁ ଦିନ ୧୧ଟା ଓ ଅନ୍ୟ ଗୋଟିଏ ଟିମ୍‌ ଦିନ ୪ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନମୂନା ସଂଗ୍ରହ କରିବ ।

covid-19 testଏହି ଟିମ୍‌ରେ ସ୍ୱାସ୍ଥ୍ୟ କର୍ମୀ, ଶିକ୍ଷକ ଓ ପରିମଳ କର୍ମଚାରୀଙ୍କୁ ସାମିଲ କରାଯାଇଛି । କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭୁବନେଶ୍ୱର ଲାଗି ସ୍ୱତନ୍ତ୍ର ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଛି । ରାଜଧାନୀରେ ଅଧିକରୁ ଅଧିକ ନମୂନା ଟେଷ୍ଟ କରାଯିବ । ଆଗାମୀ ସପ୍ତାହ ମଧ୍ୟରେ ୫ ହଜାର ଟେଷ୍ଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସ୍ୱାବ ସଂଗ୍ରହ ପାଇଁ ସ୍ଥାୟୀ କ୍ୟାମ୍ପ୍‌ ଓ ମୋବାଇଲ୍‌ କ୍ୟାମ୍ପ୍‌ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.