ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ, ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ଚିହ୍ନଟ ହେଲେ ଆଉ ୧୭୪ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ କୁ ବୃଦ୍ଧି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହି ୧୭୪ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୨୮ଜଣ ସ୍ଥାନୀୟ ବାସିନ୍ଦା । ମୋଟ୍ ୧୮ ଜିଲ୍ଲାରୁ ଏହି ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି।

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୫୬ଜଣ ଚିହ୍ନଟ ହୋଇଥିବାବେଳେ, କେନ୍ଦୁଝରରୁ -୫, ଯାଜପୁରରୁ -୯, ନବରଙ୍ଗପୁରରୁ -୭, ଖୋର୍ଦ୍ଧାରୁ-୧୦, କୋରାପୁଟରୁ -୬, ମାଲକାନଗିରିରୁ -୧, ବାଲେଶ୍ୱରରୁ -୩୪, କଳାହାଣ୍ଡିରୁ -୬, ନୂଆପଡାରୁ -୧, କନ୍ଧମାଳରୁ -୩, ଭଦ୍ରକରୁ-୩, ବୌଦ୍ଧରୁ -୨, ପୁରୀରୁ -୧୬, ସୁନ୍ଦରଗଡରୁ -୩, କେନ୍ଦ୍ରାପଡାରୁ -୭, ବରଗଡରୁ -୪ ଓ ବଲାଙ୍ଗୀରରୁ -୧ ଚିହ୍ନଟ  ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.