Below header

ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ ୩୬ ନୂଆ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ୨୦୦ ଉପରେ କରୋନା ଆକ୍ରାନ୍ତ । ଗତ ୨୪ଘଣ୍ଟାରେ ୨୦୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୨ ଓ ଲୋକାଲ କେସ୍‌ ରହିଛି ୮୬। ନୂଆପଡ଼ାରୁ ସର୍ବାଧିକ ୩୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

ସେହିପରି ଖୋର୍ଦ୍ଧା-୩୩, କଳାହାଣ୍ଡି ଓ ବରଗଡ଼ରୁ ୨୨ ଲେଖାଏଁ ଆକ୍ରାନ୍ତ ଅଛନ୍ତି। କଟକରୁ ୧୫,ଝାରସୁଗୁଡ଼ାରୁ ୧୧ ଏବଂ ମୟୂରଭଞ୍ଜ ଓ ପୁରୀରୁ ୯ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭ୍‌ ୩ଲକ୍ଷ ୪୦ହଜାର ୪୦୨ରେ ପହଞ୍ଚିଛି। ୩ଲକ୍ଷ ୩୬ହଜାର ୬୯୧ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ୍‌ କେସ୍‌ ରହିଛିି ୧୭୩୭।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.