ରାଜ୍ୟରେ ଆଜି ପୁଣି ୨୧୩୮ କରୋନା ପଜିଟିଭ ଚିହ୍ନଟ, ଗଲା ୧୫ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ ୨୧୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୧୨୫୧ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୮୮୭ ରହିଛି । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କଟକରୁ ୧୫୬, ଅନୁଗୁଳରୁ ୧୫୧, ମୟୂରଭଞ୍ଜରୁ ୧୧୯, ସୁନ୍ଦରଗଡ଼ରୁ ୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ସୋନପୁରରୁ ୮୦,ବଲାଙ୍ଗିରରୁ ୭୯,ବରଗଡ଼ ଓ ପୁରୀରୁ ୭୩ ,କେନ୍ଦ୍ରାପଡ଼ାରୁ ୭୨ ଜଣ, ଯାଜପୁରରୁ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୬୪ ହଜାର ୧୪୯କୁ ବୃଦ୍ଧି ପାଇଛି। ୨ ଲକ୍ଷ ୩୮ ହଜାର ୫୩୫ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍‌ ରହିଛି ୨୪ ହଜାର ୪୫୭। ରାଜ୍ୟରେ ସୁସ୍ଥତା ହାର ରହିଛି ୯୧.୦୪। ସେହିପରି କରୋନାରେ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି ଭାଇରସ୍‌। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.