Below header

ଜନ୍ମ ହେଉ ହେଉ ଦୁଷ୍ଟାମୀ କରୁଛି ନବଜାତ ଶିଶୁ, ଡାକ୍ତରଙ୍କୁ କରୁଛି ଏମିତି ହଇରାଣ

କରୋନା  ମହାମାରୀ ପ୍ରଭାବକୁ କମାଇବା ପାଇଁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା, ସାନିଟାଈଜ କରିବାକୁ ବିଶ୍ୱର ଅନେକ ଦେଶରେ ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ କେବଳ ଡାକ୍ତର ମାନେ ଡ୍ୟୁଟି ସମୟରେ ମାସ୍କ ବ୍ୟବହାର କରୁଥିବା ବେଳେ ଏବେ କିନ୍ତୁ ଛୋଟରୁ ବଡ ସମସ୍ତେ ଏହାକୁ ବ୍ୟବହାର କରୁଥିବା ଦେଖାଦେଉଛନ୍ତି । ଭିନ୍ନ ଭିନ୍ନ ମାସ୍କ ବ୍ୟବହାର କରୁଥିବା ବା ଏହାକୁ ନେଇ ମଜାଳିଆ ଫଟୋ କିମ୍ବା ଭିଡିଓ ମାନ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଅପଲୋଡ କରାଯାଉଥିବା ନଜର ଆସୁଛି । କିଏ ସାପକୁ ବେକରେ ଗୁଡେଇ ମାସ୍କ ପରି ବ୍ୟବହାର କଲାଣି ତ କିଏ ପତ୍ରରେ ନ୍ୟାଚୁରାଲ ମାସ୍କ ପ୍ରସ୍ତୁତ କରି ବ୍ୟବହାର କଲାଣି । କିନ୍ତୁ ଏଇ ନିକଟରେ ସୋସିଆଲ ମିଡିଆରେ ଏମିତି ଏକ ଫଟୋ ସେୟାର ହୋଇଛି ଯାହାକୁ ଦେଖି ଆପଣ ଦଣ୍ଡେ ନ ହସି ରହିପାରିବେ ନାହିଁ । ପ୍ରକୃତରେ ଏହି ପୋଷ୍ଟଟି ହେଉଛି ଜଣେ ଡାକ୍ତର ଓ ସଦ୍ୟ ଜନ୍ମ ନେଇଥିବା ଏକ କଅଁଳ ଶିଶୁକୁ ନେଇ ।

 

ଡାକ୍ତର ଜଣଙ୍କ ଶିଶୁଟିକୁ ଜନ୍ମ କରାଇ ବାହାର କରିଥିବା ବେଳେ ଶିଶୁଟି କାନ୍ଦି କାନ୍ଦି ତା କୁନି କୁନି ହାତରେ ଡାକ୍ତର ଜଣଙ୍କ ମୁହଁରୁ ସର୍ଜିକାଲ ମାସ୍କ ବାହାର କରିଦେଉଛି । ଶିଶୁ ଟିର ଏହି ହରକତର ଖୁବ ମଜା ନେଉଛନ୍ତି ଡାକ୍ତର ଜଣଙ୍କ । ତାଙ୍କ ଖୁସିର ଯେମିତି କିଛି ସୀମା ନାହିଁ । ଏହି ପୋଷ୍ଟଟିକୁ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଯୁଏଇ ଡାକ୍ତର ତଥା ଗାଇନାକୋଲୋଜିଷ୍ଟ ସମୀର ଚେଏବ ସେୟାର କରିଛନ୍ତି । ଆଉ ଇଏ ହେଉଛନ୍ତି ସେହି ଡାକ୍ତର ଯାହାଙ୍କ ମୁହଁରୁ ଶିଶୁଟି ମାସ୍କ ବାହାର କରିବାକୁ ଚେଷ୍ଟା କରୁଛି । ପୋଷ୍ଟ ଟିକୁ ଏଯାବତ ଅନେକ ଜଣ ଦେଖିସାରିଥିବା ବେଳେ ହଜାରେରୁ ଅଧିକ ସଂଖ୍ୟକ ଲାଇକ ବି ମିଳିସାରିଲାଣି । କିଛି ଜଣ ତ ଏହାକୁ ବର୍ଷର ସବୁଠାରୁ ବେଷ୍ଟ ପିକର ଆଖ୍ୟା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.