Below header

ଶୋରୁମରେ ବ୍ରାଣ୍ଡେଡ ଜୋତା ଧରି ଛୁ ମାରିଲେ ‘ପୋଲିସକର୍ମୀ’, ଏବେ ସନ୍ଧାନ କରୁଛି ପୋଲିସ

ନୂଆଦିଲ୍ଲୀ : ବିକାଶପୁରୀ ଥାନା ପୋଲିସ ଦୁଇ ଦିନ ହେଲା ଖୋଜୁଛି ଦୁଇ ଜୋଡା ବ୍ରାଣ୍ଡେଡ ଜୋତା। ଏହାସହିତ ସେହି ବ୍ରାଣ୍ଡେଡ ଜୋତା ଚୋରକୁ ଖୋଜୁଛି ଯିଏ ନିଜେ ପୋଲିସ ବେଶରେ କରିଛି ଚୋରି।

ସୂଚନା ଅନୁଯାୟୀ ସେହି ପୋଲିସକର୍ମୀ ଶୋରୁମରୁ ଦୁଇ ଜୋଡା ଜୋତା ନେଇ ଫେରାର ହୋଇଯାଇଛି। ତେବେ ଘଟଣାରେ ସ୍ଥାନୀୟ ପୋଲିସ ଅଞ୍ଚଳରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛି। ନମ୍ବରପ୍ଲେଟ ଅଧାରରେ ପୋଲିସ ଉକ୍ତ ବ୍ରାଣ୍ଡେଡ ଜୋତା ଚୋରକୁ ଖୋଜୁଛି।

ଆପଣ ଜାଣି ଆଶ୍ଚଯ୍ୟର୍ ହେବେ ଯେ ଏହି ବ୍ରାଣ୍ଡେଡ ଜୋତାର ବୟସ ପାଖାପାଖି ୫୦ ବର୍ଷ। ଏହି ବ୍ୟକ୍ତି ଜଣଙ୍କ ବହୁତ ସମୟ ଧରି ଭଲ ଭଲ ବ୍ରାଣ୍ଡର ଜୋତା ଦେଖିଲେ। ସେଥିରୁ ଦୁଇ ଜୋଡା ଜୋତା ଏବଂ ସାଙ୍ଗରେ ମୌଜା ବି ଧରି ଛୁ ମାରିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.