ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାରେ ବିଳମ୍ବକୁ ‌ନେଇ ନର୍ସିଂ ହୋମରେ ତୁମୂଳକାଣ୍ଡ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ସମ୍ବଲପୁର: ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାରେ ବିଳମ୍ବକୁ ‌ନେଇ ଆଜି ବୁର୍ଲାର ଏକ ଘରୋଇ ନର୍ସିଂ ହୋମରେ ରୋଗୀଙ୍କ ପରିଜନମାନେ ଭଙ୍ଗାରୁଜା କରିଛନ୍ତି। ଜଣେ ଗୁରୁତର ବିଷପାନ କରିଥିବା ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବା ପାଇଁ ରୋଗୀଙ୍କ ସମ୍ପର୍କିୟ ଏହି ନର୍ସିଂହୋମକୁ ଆଣିଥିଲେ। ତେବେ ନର୍ସିଂ ହୋମ୍ ପକ୍ଷରୁ ରୋଗୀଙ୍କୁ ଚିକିତ୍ସା ପାଇଁ କିଛି ବିଳମ୍ବ ଘଟିଥିଲା। ଏହା ସହିତ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ବିଷୟରେ କାଉନସିଲିଂ କରାଯାଇଥିଲା। ଏହାରି ଭିତରେ ରୋଗୀ ଜଣକ ଗୁରୁତର ହୋଇପଡିଥିଲେ।

ରୋଗୀଙ୍କ ସମର୍କୀୟ ମାନେ ବାରମ୍ବାର ଚିକିତ୍ସା ପାଇଁ ଅନୁରୋଧ କଲେ ମଧ୍ୟ ହସ୍ପିଟାଲ କତ୍ତୃପକ୍ଷ ଶୁଣିନଥିଲେ। ଏଥିରେ ରୋଗୀଙ୍କ ସମ୍ପର୍କୀୟ ମାନେ ଉତକ୍ଷିପ୍ତ ହୋଇ ନର୍ସିଂ ହୋମରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ନର୍ସିଂହୋମର ରିସେପସନ କାଉଣ୍ଟରରେ ଲାଗିଥିବା କାଚ ଭାଙ୍ଗିବା ସହ ହସ୍ପିଟାଲ କର୍ମଚାରୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଯିଥିଲା। ନର୍ସିଂହୋମ୍ ପକ୍ଷରୁ ବୁର୍ଲା ପୋଲିସକୁ ଘଟଣା ସମ୍ପର୍କରେ ଅବଗତ
କରାଯାଇଥିଲା। ଗରୁୁତର ରୋଗୀଙ୍କୁ ସମ୍ପର୍କିୟମାନେ ତୁରନ୍ତ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ତେବେ ଘଟଣାରେ ସମ୍ପୃକ୍ତ ଦୁଇଜଣ ରୋଗୀ ସମ୍ପର୍କିୟଙ୍କୁ ଥାନାରେ ଅଟକ ରଖାଯାଇଛି। ଏହି ପୁରା ଘଟଣାର ସିସିଟିଭିରେ କଏଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.