Below header

ରାଜ୍ଯରେ ଆଜି ୨୭୫୨ କରୋନା ପଜିଟିଭ୍ ଚିହ୍ନଟ, ଗଲା ୯ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୨୭୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୭୦୮ ଏବଂ ଲୋକାଲ୍ କେସରୁ ୧୦୪୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୮୪,୨୩୧ ରେ ପହଁଚିଛି। ଏମାନଙ୍କ ୫୬,୯୨୪ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୬,୮୨୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୨୩, ବାଲେଶ୍ବରରୁ ୧୨୯, ବରଗଡରୁ ୨୮, ଭଦ୍ରକରୁ ୫୮, ବଲାଙ୍ଗିରରୁ ୧୪, ବୌଦ୍ଧରୁ ୧୧, କଟକରୁ ୨୪୭,ଦେଓଗଡରୁ ୬, ଢେଙ୍କାନାଳରୁ ୧, ଗଜପତିରୁ ୬୦, ଗଞ୍ଜାମରୁ ୨୧୨, ଜଗତସିଂହପୁରରୁ ୧୦୧, ଯାଜପୁରରୁ ୨୧୭, ଝାରସୁଗୁଡା ୧୫, କଳାହାଣ୍ଡିରୁ ୧୬, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୯୭, କେନ୍ଦୁଝରରୁ ୨୮, କୋରାପୁଟରୁ ୧୭୪, ମାଲକାନଗିରିରୁ ୧୦୧, ମୟୁରଭଞ୍ଜରୁ ୧୩୭, ନବରଙ୍ଗପୁରରୁ ୨୭, ନୟାଗଡରୁ ୧୦୩, ନୂଆପଡାରୁ ୮, ପୁରୀରୁ ୧୪୪, ରାୟଗଡାରୁ ୧୫୭, ସମ୍ବଲପୁରରୁ ୫୫, ସୋନପୁରରୁ ୧ ଏବଂ ସୁନ୍ଦରଗଡରୁ ୪୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଗଞ୍ଜାମ ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଖୋର୍ଦ୍ଧା, କଟକ, ବଲାଙ୍ଗିର, ଗଜପତି ଓ ବାଲେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮କୁ ବୃଦ୍ଧି ପାଇଛି । କେବଳ ଗଞ୍ଜାମରେ ୧୮୧ ଜଣଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରେ ୫୫, ସୁନ୍ଦରଗଡ଼ରେ ୩୦, କଟକରେ ୨୬ ଜଣଙ୍କ ଜୀବନ ନେଇ ସାରିଲାଣି ଭାରଇରସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.