ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସିବିଆଇ କରିବ ମନୋବୈଜ୍ଞାନିକ ଶବ ପରୀକ୍ଷଣ, ଏହାପୂର୍ବରୁ କେବଳ ଦୁଇଥର ହିଁ ହୋଇଛି

ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ଦିନକୁ ଦିନ ବଢିବାରେ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ସୁପ୍ରିମ କୋର୍ଟ ସିବିଆଇକୁ ଦାୟିତ୍ୱ ଦେଇଛନ୍ତି। ଏବେ ସୁଶାନ୍ତର ମନୋବୈଜ୍ଞାନିକ ଶବ ପରୀକ୍ଷଣ କରିବ ସିବିଆଇ।

ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବ୍ରୋଟାରୀ ଦ୍ୱାରା କରାଯାଉଥିବା ଏହି ଯାଞ୍ଚରେ ସୁଶାନ୍ତଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ବିସ୍ତତ ଅଧ୍ୟୟନ ସାମିଲ ହେବ। ଏଥିରେ ସୋସିଆଲ ମିଡିଆ ପୋଷ୍ଟ ଠାରୁ ଆରମ୍ଭ କରି ହ୍ଵାଟସଆପ ଚାଟ ଏବଂ ପରିବାର, ବନ୍ଧୁ ଏବଂ ଅନ୍ୟ ଲୋକଙ୍କ ସହିତ ସମସ୍ତ କଥାବାର୍ତ୍ତା ବିଷୟ ସାମିଲ କରାଯିବ। ଏହି ପରୀକ୍ଷଣରେ ସିବିଆଇ ସୁଶାନ୍ତଙ୍କ ବ୍ୟବହାର, ଆଚରଣ ଏବଂ ବ୍ୟକ୍ତିଗତ ପରିଚୟ ଜାଣିବା ପାଇଁ ଯାଞ୍ଚ କରାଯିବ। ଯାହାଦ୍ୱାରା ସୁଶାନ୍ତଙ୍କ ମୃତ୍ୟୁ ଦିନ ତାଙ୍କର ମାନସିକ ସ୍ଥିତିର ସମଗ୍ର ଚିତ୍ର ସାମ୍ନାକୁ ଆସିବ। ଏହା ଯେପରି ମସ୍ତିଷ୍କର ପୋଷ୍ଟମର୍ଟମ କରିବା ଭଳି ହେବ।

SUSHANT SINGH

ଏହି ପରୀକ୍ଷଣ ଭାରତରେ କେବଳ ତୃତୀୟ ଥର ପାଇଁ କରାଯିବ। ଯେଉଁଥିରେ ଏକ ଜଟିଳ ଯାଞ୍ଚ ପଦ୍ଧତିକୁ ପ୍ରୟୋଗ କରାଯିବ। ଏହାପୂର୍ବରୁ ଏହି ପରୀକ୍ଷଣ କେବଳ ସୁନନ୍ଦା ପୁଷ୍କର ମାମଲା ଏବଂ ଦିଲ୍ଲୀର ସାମୂହିକ ଆତ୍ମହତ୍ୟା ମାମଲାରେ କରାଯାଇଥିଲା। ଏହାଛଡା ଏମ୍ସର ଚାରି ସଦସ୍ୟ ଫରେନ୍ସିକ ଟିମ୍‌, ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟର ଯାଞ୍ଚ କରିବେ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ସାଙ୍ଗ ପଠାନୀ, ରୋଷେୟା ଏବଂ ରିୟାଙ୍କୁ ସିବିଆଇ ପଚରାଉଚରା କରୁଛି। ଏହାଛଡା ସୁଶାନ୍ତଙ୍କ ଘରକୁ ଯାଇ ୧୪ ଜୁନର ଡମି ରିକ୍ରିଏଟ କରିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.