ଆଜି ରାଜ୍ଯରେ ଚାରି ହଜାରରୁ ୯ କମ୍ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୧ ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୩୯୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୨୩୧୫ ଏବଂ ଲୋକାଲ୍ କେସରୁ ୧୬୭୬ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୧,୩୯,୧୨୧ ରେ ପହଁଚିଛି। ଏମାନଙ୍କ ୧,୦୫,୨୯୫ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୩୩,୧୮୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ୬୮୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୧୪, ବାଲେଶ୍ବରରୁ ୭୪, ବରଗଡରୁ ୧୬୯, ଭଦ୍ରକରୁ ୮୨, ବଲାଙ୍ଗିରରୁ ୧୮୦, ବୌଦ୍ଧରୁ ୪୧, କଟକରୁ ୩୯୨, ଦେଓଗଡ ୧୮,ଢେଙ୍କାନାଳରୁ ୧୦୧, ଗଜପତିରୁ ୧୮, ଗଞ୍ଜାମରୁ ୯୫, ଜଗତସିଂହପୁରରୁ ୧୦୯, ଯାଜପୁରରୁ ୧୪୮, ଝାରସୁଗୁଡା ୪୯, କଳାହାଣ୍ଡିରୁ ୭୪, କନ୍ଧମାଳରୁ ୫୭, କେନ୍ଦ୍ରାପଡାରୁ ୧୪୭, କେନ୍ଦୁଝରରୁ ୮୧, କୋରାପୁଟରୁ ୧୨୭, ମାଲକାନଗିରିରୁ ୧୯, ମୟୁରଭଞ୍ଜରୁ ୧୬୦, ନବରଙ୍ଗପୁରରୁ ୧୨୫, ନୟାଗଡରୁ ୪୮, ନୂଆପଡାରୁ ୯୬, ପୁରୀରୁ ୩୩୨, ରାୟଗଡାରୁ ୫୮, ସମ୍ବଲପୁରରୁ ୧୦୪, ସୋନପୁରରୁ ୭୪ ଏବଂ ସୁନ୍ଦରଗଡରୁ ୯୮ଜଣ , ଏହାସହ ଷ୍ଟେଟ୍ ପୁଲ୍ ରୁ ୧୧୪ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଆଜି ରାଜ୍ୟରେ ଆଉ ୧୧ ଜଣଙ୍କ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍‌ । ଏମାନଙ୍କ ଭିତରୁ କଟକରୁ ୨, ଭୁବନେଶ୍ବରରୁ ୨ ଓ ପୁରୀରୁ ୨ଜଣଙ୍କର ଜୀବନ ଯାଇଛି । ଏହାସହ ଭଦ୍ରକ,ଗଞ୍ଜାମ,କୋରାପୁଟ,ନୟାଗଡ ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫୯୧ ମୃତ୍ୟୁକୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.